ବାଲେଶ୍ୱର : ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ମାଟ୍ରିକ୍ ଛାତ୍ର

81

କନକ ବ୍ୟୁରୋ : ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାର୍ଥୀ । ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଆଡ଼ମିଟ୍ କାର୍ଡ଼ ଆସିଥିଲେ ମଧ୍ୟ ପରିବାର ଚଳାଇବାକୁ ବାହାର ରାଜ୍ୟରେ ଦାଦନ ଖଟୁଥିବାରୁ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ଖୁଣ୍ଟା ଗାଁର ଆକାଶ ସେନାପତି ।

କରେନା ମହାମାରୀ ଯୋଗୁଁ ସ୍କୁଲ କଲେଜ ବନ୍ଦ ହେବା ପରେ ଅନଲାଇନ୍ ଯୋଗେ ପାଠପଢା ହୋଉଥିଲା । କିନ୍ତୁ ଆକାଶଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ମୋବାଇଲ ଖଣ୍ଡିଏ କିଣି ପାରିନଥିଲେ । ତେବେ ତାଙ୍କ ପାଠପଢାରେ ଏକ ପ୍ରକାର ଡୋରି ବନ୍ଧାହୋଇଯାଇଥିଲା କହିଲେ ଚଳେ । କାରଣ ପରିବାର ଚଳାଇବା ପାଇଁ ଏବେ ବହାର ରାଜ୍ୟରେ ଦାଦନ ଖଟୁଛନ୍ତି ଚଳିତ ବର୍ଷର ମାଟ୍ରିକ ପରୀକ୍ଷାର୍ଥୀ ଆକାଶ ସେନାପତି ।