‘ଉଦୟନିଧୀଙ୍କ ମୁଣ୍ଡ କାଟିଆଣିଲେ ୧୦ କୋଟି ଦେବି’.. ସନ୍ଥଙ୍କ ଘୋଷଣା ପରେ କ’ଣ କହିଲେ ଷ୍ଟାଲିନ୍?

8,552

କନକ ବ୍ୟୁରୋ: ସନାତନ ଧର୍ମକୁ ଉଦୟନିଧୀ ଷ୍ଟାଲିନ୍ ଡେଙ୍ଗୁ, ମାଲେରିଆ ସହ ତୁଳନା କରିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସନ୍ଥ । ଉତ୍ତ୍ୟକ୍ତ ହୋଇଛନ୍ତି ଅଯୋଧ୍ୟା ସ୍ଥିତ ଛାନବି ମନ୍ଦିରର ମୁଖ୍ୟ ପୂଜାରୀ ପରମହଂସ ଆଚାର୍ଯ୍ୟ । ‘ଉଦୟନିଧୀଙ୍କ ମୁଣ୍ଡ କାଟିଆଣିଲେ ୧୦ କୋଟି ଦେବେବୋଲି ଘୋଷଣା କରିଛନ୍ତି ।ଏହାକୁ ନେଇ ପ୍ରତିକ୍ର୍ରିୟା ପ୍ରକାଶ କରିଛନ୍ତି ।

ସୂଚନା ମୁତାବକ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ପୁଅ ତଥା ତାମିଲନାଡୁ କ୍ୟାବିନେଟ୍ ମନ୍ତ୍ରୀ ଉଦୟନିଧୀ ଷ୍ଟାଲିନ୍ ଏକ ଜନ ସଭାରେ ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କରି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାପରେ ଅଯୋଧ୍ୟର ସନ୍ଥ ପରମହଂସ ଆଚାର୍ଯ୍ୟ ଏକ ଭିଡିଓ ଜାରି କରିଛନ୍ତି । ସନ୍ଥ ଗୋଟିଏ ହାତରେ ଉଦୟନିଧୀଙ୍କ ପ୍ରତିକାତ୍ମକ ଫଟୋ ଧରିବା ସହ ଆଉ ଏକ ହାତରେ ଖଣ୍ଡା ଧରିଛନ୍ତି । ଖଣ୍ଡାରେ ପ୍ରତୀକାତ୍ମକ ଚିତ୍ରର ମୁଣ୍ଡ କାଟିବାର ଦେଖିବାକୁ ମିଳିଛି । ଏହାସହ ଉଦୟନିଧିଙ୍କ ମୁଣ୍ଡ ଯିଏ କାଟି ଆଣିବ ତାକୁ ୧୦ କୋଟି ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି ସନ୍ଥ ।

ଏଥିରେ ପ୍ରତିକ୍ରିୟ ପ୍ରକାଶ କରିଛନ୍ତି ଉଦୟନିଧୀ ଷ୍ଟାଲିନ୍ । କହିଛନ୍ତି ‘ ଦେଶର ଜଣେ ସ୍ୱାମୀ ମୋ ମୁଣ୍ଡ କାଟିବା କଥା କହିଛନ୍ତି । ସେ ଅସଲି ନା ଡୁପ୍ଲିକେଟ୍ ସନ୍ଥ? ମୋ ମୁଣ୍ଡ ତାଙ୍କୁ ଏତେ ଭଲ ଲାଗୁଛି ଯେ କାଟିବାକୁ କହିଛନ୍ତି । ପୁରସ୍କାର ଦେବାକୁ ୧୦ କୋଟି ଟଙ୍କା କେଉଁଠୁ ଆଣିବେ? ଯଦି ମୋ ମୁଣ୍ଡରେ ଥିବା ଚୁଟିକୁ କୁଣ୍ଡାଇବାକୁ ୧୦ ଟଙ୍କାର ପାନିଆ ସେ ମୋତେ ଦିଅନ୍ତି ତାହେଲେ ମୁଁ ନିଜେ ମୋ ମୁଣ୍ଡ କାଟିଦେବି’ ।

ଉଦୟନିଧୀ ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେସବା ପରେ ବିଭିନ୍ନ ମହଲରେ ପ୍ରକିକ୍ରିୟା ଦେଖାଦେଇଛି । ବିଶେଷ କରି ହିନ୍ଦୁ ସନ୍ଥଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।