ବାରକୋଟରେ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ : ୨୫୭ଟି ଏସଏଚଜି ଗ୍ରୁପକୁ ୮କୋଟି ୩୬ଲକ୍ଷ ଟଙ୍କାର ଋଣ ପ୍ରଦାନ

150

କନକ ବ୍ୟୁରୋ : ମିଶନ ଶକ୍ତି ବିଭାଗ ପକ୍ଷରୁ ଦେବଗଡ ବାରକୋଟ ବ୍ଲକ ଠାରେ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଋଣ ମେଳାରେ ମୁଖ୍ୟ ଅତିଥି ଭାବେ ମିଶନ ଶକ୍ତି ଓ ମହିଳା ଶିଶୁ ବିଭାଗ ମନ୍ତ୍ରୀ ବାସନ୍ତୀ ହେମରମ ଯୋଗଦେଇ ବାରକୋଟ ବ୍ଲକର ୨୫୭ ଏସଏଚଜିଙ୍କ ଆର୍ôଥକ ମେରୁଦଣ୍ଡକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ୮ କୋଟି ୩୬ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି ।

ଚଳିତ ବର୍ଷ ଦେବଗଡ଼ ଜିଲ୍ଲାରେ ଥିବା ତିନୋଟି ବ୍ଲକର ମୋଟ ୬୭୫ ଏସଏଚଜି ଗ୍ରୁପକୁ ମିଶନ ଶକ୍ତି ବିଭାଗ ବିଭିନ୍ନ ବ୍ୟାଙ୍କ ଜରିଆରେ ୨୪ କୋଟି ୫୩ ଲକ୍ଷ ଟଙ୍କା ଋଣ ଯୋଗାଇଛି । ସେଥି ମଧ୍ୟରୁ ବାରକୋଟ ବ୍ଲକର ୨୫୭ ମହିଳା ଏସଏଚଜିକୁ ୮ କୋଟି ୩୬ ଲକ୍ଷ, ରିଆମାଳ ବ୍ଲକର ୨୨୦ ଏସଏଚଜି ଗ୍ରୁପକୁ ୮ କୋଟି ୩୯ ଲକ୍ଷ ଓ ତିଳେଇବଣି ବ୍ଲକର ୧୯୮ ଏସଏଚଜି ଗ୍ରୁପକୁ ୭ କୋଟି ୭୮ ଲକ୍ଷ ଟଙ୍କାଋଣ ଯୋଗାଇ ଦିଆଯାଇଛି । ଏସଏଚଜି ଗ୍ରୁପଙ୍କୁ ଯୋଗାଇ ଦିଆଯାଇଥିବା ଏହି ଋଣ ସହାୟତା ଆଗାମୀ ଦିନରେ ସେମାନଙ୍କ ବିକାଶରେ ନୂଆ ଫର୍ଦ୍ଦ ଯୋଡିବ ବୋଲି ମିଶନ ଶକ୍ତି ବିଭାଗ ପକ୍ଷରୁ ଆଶା କରାଯାଇଛି ।