ମହିଳାଙ୍କୁ ପାରାଦୀପ ବିଧାୟକଙ୍କ ଦୁର୍ବ୍ୟବହାର! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

253

କନକ ବ୍ୟୁରୋ: ମହିଳାଙ୍କୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଦୁର୍ବ୍ୟବହାର ଅଭିଯୋଗ । ନିଜ ନିର୍ବାଚନ ମଣ୍ଡଳୀରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଭିଡିଓ ଭାଇରାଲ ହେଉଛି । ଏନେଇ କୁଜଂଗ ଥାନାରେ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ବିଧାୟକ । କହିଛନ୍ତି, କୌଣସି ମହିଳାଙ୍କୁ ସେ ଅପମାନ କରି ନାହାଁନ୍ତି ।

ଜଣେ ମହିଳା ଓ ପାରାଦ୍ୱୀପ ବିଧାୟକ ସମ୍ବିତ ରାୟତରାୟଙ୍କ ମଧ୍ୟରେ କଥା କଟାକଟିର ଭିଡିଓ, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର । ଏହି ଭିଡିଓ ହେଉଛି ଗତ ଏକ ତାରିଖର ଓ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ବାଗେଇ ପଂଚାୟତର । ଗତ ଶୁକ୍ରବାରଦିନ ଅର୍ଥାତ ସେପେଟମ୍ବର ପହିଲାରେ ନିଜ ନିର୍ବାଚନମଣ୍ଡଳୀରେ ଥିବା ବନବିହାରୀ ମଠର ରୂପାନ୍ତର କାର୍ଯ୍ୟ ଦେଖିବାକୁ ଯାଇଥିଲେ ସମ୍ବିତ ରାଉତରାୟ । ଏହି ସମୟରେ ସ୍ଥାନୀୟ ଅଂଚଳର ମହିଳା କାଂଚନ ସ୍ୱାଇଁ ଆସି ବିଧାୟକଙ୍କୁ ପ୍ରଶ୍ନ କରିଥିଲେ ଆଗରୁ ତ କେବେ ଆସୁନଥିଲେ । ମଠରେ ଅନେକ ଯାନି ଯାତ୍ରା ହୁୁଏ, ସେଥିରେ ତ କେବେ ଯୋଗ ଦେଇ ନାହାନ୍ତି । ହେଲେ ଆଜି କାହିଁକି ଧାଇଁ ଆସିଛ । ଏଥିରେ ବିଧାୟକ ଉତକ୍ଷିପ୍ତ ହୋଇ ଚେୟାରରୁ ଉଠିପଡି ଆପତିଜନକ ମନ୍ତବ୍ୟ ଦେଇଥିଲେ ।

ଘଟଣା ପରେ କାଂଚନ ସ୍ୱାଇଁ ବିଧାୟକ ସମ୍ବିତ ରାଉତରାୟଙ୍କ ନାଁରେ ଅସମ୍ମାନ କରିଥିବା ନେଇ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି, ସର୍ବସାଧାରଣରେ ବିଧାୟକ ତାଙ୍କୁ ଅପମାନିତ କରିଛନ୍ତି । ମଠର ସେବିକା ହିସାବରେ କିଛି ପ୍ରଶ୍ନ ପଚାରିବାକୁ ଧମକାଇବା ସହ ଅପରମାନିତ କରିଛନ୍ତି । ତେଣୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି କାଂଚନ । ସେହିଭଳି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏ ନେଇ କୁଜଙ୍ଗ ଥାନାରେ ଏତଲା ଦିଆଯାଇଛି ।

ନିର୍ବାଚନ ଆଉ ଅଳ୍ପଦିନ । ଆଉ ଏହି ସମରେ ବିଧାୟକଙ୍କ ଭାଇରାଲକୁ ଭିଡିଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଶେଷରେ ନିଜ ପକ୍ଷ ରଖିଛନ୍ତି ସମ୍ବିତ ରାୟତରାୟ । ସେ କହିଛନ୍ତି, ସେ କାହାକୁ ଅପମାନିତ କରିନାହାନ୍ତି । ବିଜେପି ଚାପରେ ପଡି ଥାନାରେ ଏଫଆଇଆର ଦେଇଛନ୍ତି ମହିଳା । ବାପା ଜାଗାରେ ରାଗିଯାଇ ବୋପା କହିଦେଇଛି । ସେ ମହିଳାଙ୍କ ସହ ତାଙ୍କର ପାରବାରିକ ସମ୍ପର୍କ ରହିଛି ବୋଲି ସଫେଇ ଦେଇଛନ୍ତି ବିଧାୟକ ।

ଭିଡିଓକୁ ନେଇ ସାମାଜିକ ଗଣମାଧ୍ୟମରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଆକ୍ଷେର ପ୍ରତି ଆକ୍ଷେପ ବଢୁଥିବା ବେଳେ ପାରାଦୀପ ଓ କୁଜଙ୍ଗ ରାଜନୀତି ବି ସରଗରମ ହୋଇଛି ।