ସ୍ଲିପିଂମୋଡକୁ ଯିବା ପୂର୍ବରୁ ଚନ୍ଦ୍ରପୃଷ୍ଠରେ ପୁଣି ଥରେ ସପ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ । ଚନ୍ଦ୍ରପୃଷ୍ଠରେ ୪୦ ସେଣ୍ଟିମିଟର ଉପରକୁ ଉଡ଼ି ୩୦ ସେଣ୍ଟିମିଟର ଦୂରରେ କଲା ସପ୍ଟ ଲ୍ୟାଣ୍ଡିଂ

240

କନକ ବ୍ୟୁରୋ: ଇସ୍ରୋକୁ ମିଳିଲା ବଡ଼ ସଫଳତା । ମାନବ ମିଶନରେ ହେବ ସହାୟକ । ଚନ୍ଦ୍ରପୃଷ୍ଠରେ ନିଜ ଇଞ୍ଜିନ ଷ୍ଟାଟ କଲା ଲ୍ୟାଣ୍ଡର ବିକ୍ରମ । ହୋପ ଏକ୍ସପେରିମେଣ୍ଟକୁ ସଫଳତା ପୂର୍ବକ ପୂରା କରିଛି ଲ୍ୟାଣ୍ଡର ବିକ୍ରମ । ହୋପ ଅର୍ଥାତ୍ ଦୁଇ ଗୋଡ ଏକାଠି କରି ଡେଇଁବାରେ ସଫଳ ହୋଇଛି ଲ୍ୟାଣ୍ଡର ବିକ୍ରମ । ଏନେଇ ଇସ୍ରୋ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଲ୍ୟାଣ୍ଡର ବିକ୍ରମ ନିଜର ଇଞ୍ଜିନ ନିଜେ ଷ୍ଟାର୍ଟ କରି ୪୦ ସେଣ୍ଟିମିଟର ଉପରକୁ ଉଠିବା ପରେ ସଫ୍ଟ ଅବତରଣ କରିଛି । ବ୍ରିକମ ୪୦ ସେଣ୍ଟିମିଟର ଉପରକୁ ଉଠିବା ସହ ୩୦ରୁ ୪୦ ସେଣ୍ଟିମିଟର ଦୂରତାରେ ପୁଣି ସୁରକ୍ଷିତ ଅବତରଣ ମଧ୍ୟ କରିଛି । ଫଳରେ ଚନ୍ଦ୍ରପୃଷ୍ଠକୁ ମାନବ ମିଶନ ପାଇଁ ଆଶା ଉଜ୍ଜିବୀତ ହୋଇଛି । ଆଗାମୀ ଦିନରେ ଚନ୍ଦ୍ରପୃଷ୍ଠକୁ ମଣିଷ ଯାଇ ଫେରିପାରିବାର ଆଶା ସୃଷ୍ଟି ହୋଇଛି । ମାନବ ମିଶନରେ ଏହା ସହାୟକ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏଥିସହ ଚନ୍ଦ୍ରପୃଷ୍ଠରୁ କୌଣସି ନମୂନା ପୃଥିବୀ ପୃଷ୍ଠକୁ ଆଣିବାରେ ଏହା ସହାୟକ ହେବ ବୋଲି ମଧ୍ୟ ଇସ୍ରୋ କହିଛି । ଲ୍ୟାଣ୍ଡର ବିକ୍ରମର ସମସ୍ତ ପାର୍ଟ ସୁରକ୍ଷିତ ଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ପେ-ଲୋଡରେ ମୁତୟନ ଥିବା ରାମ୍ପ, ଚାଷ୍ଟେ, ଇଲସା ପୁନର୍ବାର ସଫଳତାର ମୁତୟନ କରାଯାଇଛି ।