ଉଦଯାପିତ ହୋଇଛି ଚିଲିକା କୂଳରେ ଚାଲିଥିବା ପଞ୍ଚୁଦୋଳ ମେଳନ। ୪ ଦିନ ଧରି ଚାଲିଥିବା ମେଳନରେ ଏକାଠି ହୋଇଥିଲେ ୨୩ଟି ଠାକୁର।

113

କନକ ବ୍ୟୁରୋ: ଚିଲିକା କୂଳରେ ଚାଲିଥିବା ପଞ୍ଚୁଦୋଳ ମେଳନ ଉଦଯାପିତ ହୋଇଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ୨୪ ମୌଜା ମାଲୁଦ ପଞ୍ଚୁଦୋଳ ମେଳନ ଯାତ୍ରା ଶେଷ ହୋଇଛି । ୪ ଦିନ ଧରି ଚିଲିକା କୂଳରେ ଏହି ଯାତ୍ରା ଚାଲିଥିଲା । ଯାତ୍ରାରେ ୨୩ଟି ଠାକୁର ବିରାଜମାନ କରିଥିଲେ । ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା କାଗଜ ଓ ସୋଲରେ ନିର୍ମିତ ହୋଇଥିବା ସୁସଜିତ ମେଢ଼ । ଏହି ମେଢ଼ ଦେଖିବା ପାଇଁ ଦୂରଦୂରାନ୍ତରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଶହ ଶହ ବର୍ଷ ଧରି ଏହି ଯାତ୍ରା ଚିଲିକା କୂଳରେ ଅନୁଷ୍ଠିତ ହେଉଛି ।

 ଭୋର ୫ଟାରୁ ସମସ୍ତ ଠାକୁରଙ୍କୁ ମେଳନ କରାଯାଇଥିଲଶ । ମେଳନ ପରେ ନିଜ ନିଜ ମନ୍ଦିରକୁ ଠାକୁର ପ୍ରତ୍ୟାବର୍ତନ କରିଛନ୍ତି । ଏହି ମେଳନ ଦେଖିବା ପାଇଁ ପଡ଼ୋଶୀ ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ପୁରୀ ଏପରିକି ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିିଳିଥିଲା ।