ବ୍ରହ୍ମପୁରରେ ପୋଲିସ-ଡ୍ରାଇଭର ପିଟାପିଟି । ପୋକୋଡିବନ୍ଧ ଛକରେ ଧସ୍ତାଧସ୍ତି ହେଲେ ପୋଲିସ କର୍ମଚାରୀ ଓ ଆନ୍ଦୋଳନକାରୀ ।

178

କନକ ବ୍ୟୁରୋ; ଡ୍ରାଇଭର ଆନ୍ଦୋଳନ ବେଳେ ବିଭିନ୍ନ ଜାଗାରୁ ଅଶାନ୍ତିର ଖବର ଆସିବାରେ ଲାଗିଛି । ଏହାରି ଭିତରେ ବ୍ରହ୍ମପୁରରୁ ଆସିଛି ପୋଲିସ୍ ସହ ଆନ୍ଦୋଳନକାରୀ ଧସ୍ତାଧସ୍ତି ହେବାର ଖବର । ପୋକୋଡ଼ିବନ୍ଧ ଛକରେ ପୋଲିସ୍ କର୍ମଚାରୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି । ଆନ୍ଦୋଳନାକରୀ ଡ୍ରାଇଭରଙ୍କୁ ଘଉଡ଼ାଇବାକୁ ପୋଲିସ୍ ଚେଷ୍ଟା କରୁଥିଲେ । ଏହି ସମୟରେ ସ୍ଥିତି ଉତ୍ତେଜନାମୂଳକ ହୋଇପଡ଼ିଥିଲା । ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ ଡ୍ରାଇଭର । ଫଳରେ ପୋଲିସ୍ ଓ ଡ୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଏଥିରେ କିଛି ପୋଲିସ୍ କର୍ମଚାରୀ ଆହତ ହୋଇଥିବାର ଖବର ମିଳିଛି । ସେପଟେ କିଛି ଆନ୍ଦୋଳନକାରୀ ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି । ଏବେ ବି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ପ୍ରାୟ ୪ ଶହରୁ ୫ ଶହ ଆନ୍ଦୋଳନକରୀ ସେଠାରେ ରହିଛନ୍ତି । ସେହିପରି ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ୍ କର୍ମୀ ଜଗି ରହିଛନ୍ତି । ଡ୍ରାଇଭରମାନେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଏହି ସମୟରେ ପୋଲିସ – ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ଏବେ ଘଟଣାସ୍ଥଳରେ ଗଞ୍ଜାମ ଏସପି ପହଁଚିଥିବା ସୂଚନା ମିଳିଛି ।