ଚିଲିକା ମଝିରେ ପଞ୍ଚୁଦୋଳ ଯାତ୍ରା । ବିମାନରେ ବସି ଚିଲିକା ପାରି ହେଲେ ରାଧାମାଧବ ।

342

କନକ ବ୍ୟୁରୋ: ଚିଲିକା ମଝିରେ ପଞ୍ଚୁଦୋଳ ଯାତ୍ରା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଐତିହାସିକ ୨୪ ମୌଜା ମାଲୁଦ ପଞ୍ଚୁଦୋଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ଚିଲିକାକୂଳରେ ହୋଇଥାଏ । ଚିଲିକା ପାଣିରେ ପସି ବିମାନରେ ଠାକୁର ପଞ୍ଚୁଦୋଳ ଯାତ୍ରା ପଡିଆକୁ ଆସିଥାନ୍ତି । ଯାତ୍ରାରେ ୨୩ ଠାକୁର ବିରାଜମାନ କରିଛନ୍ତିା ଯାତ୍ରାର ମୁଖ୍ୟ ଆକର୍ଷଣ ଗଜ , ସୋଲରେ ନିର୍ମିତ ହୋଇଥିବା ଭଳିକିଭଲି ସୁସଜ୍ଜିତ ମେଢ । ଏହି ମେଢ ଦେଖିବା ପାଇଁ ଦୂରଦୂରାନ୍ତରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ଶହଶହ ବର୍ଷର ଧରି ଏହି ଯାତ୍ରା ଚିଲିକାକୂଳରେ ଅନୁଷ୍ଠିତ ହେଉଛି ।