ପଦ୍ମ ଧରିଲେ ଅନୁଭବ । ଦିଲ୍ଲୀରେ ବିଜେପିରେ ବିଧିବଦ୍ଧ ଭାବେ ଦେଲେ ଯୋଗ, ଗତ ଶନିବାର ବିଜେଡିରୁ ଇସ୍ତଫା ଦେଇଥିଲେ ଅନୁଭବ ।

1,022

କନକ ବ୍ୟୁରୋ : ବିଜେପିରେ ଯୋଗ ଦେଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି ଅନୁଭବ ମହାନ୍ତି । ଗତ ଶନିବାର ବିଜେଡିରୁ ଇସ୍ତଫା ଦେଇଥିଲେ ଅନୁଭବ । ବିଜେଡିରୁ ଇସ୍ତଫା ଦେବା ସହ ଅନୁଭବ ଲେଖିଥିଲେ, ଦଳ ମୁଖିଆଙ୍କୁ ଦେଖା କରିବାର ସୁଯୋଗ ମିଳୁନାହିଁ । ବାପାଙ୍କ ଦେହାନ୍ତ ପରେ ଦଳ ତରଫରୁ କୌଣସି ସମବେଦନା ମିଳିଲା ନାହିଁ । ବିଜେଡି ଛାଡିଥିଲେ ମଧ୍ୟ ଚଳିତ ନିର୍ବାଚନ ସେ ନିଶ୍ଚୟ ଲଢିବେ ବୋଲି କହିଥିଲେ । ଆଉ ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଅନଭୁବ ।

ବିଜେପିରେ ଯୋଗ ଦେବା ପରେ ଅନୁଭବ କହିଛନ୍ତି, ମୁଁ ଭାଗ୍ୟବାନ ଯେ ରାଜ୍ୟସଭାର ସର୍ବକନିଷ୍ଠ ସାଂସଦ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ମିଳିଥିଲା । ଦେଶର ବିକାଶ ପାଇଁ କେନ୍ଦ୍ରର ବିଜେପି ସରକାର ଯେଉଁ ବିଲ ଆଣୁଥିଲେ ତାହାକୁ ସମର୍ଥନ କରୁଥିଲୁ । ରାଜ୍ୟସଭା ପରେ କେନ୍ଦ୍ରାପଡାର ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢିବାକୁ ସୁଯୋଗ ମିଳିଥିଲା । ଗତ ୫ ବର୍ଷ ମୋ ପାଇଁ ଶିଖିବାର ସମୟ ଥିଲା । ଅନେକ ଐତିହାସିକ ବିଲ୍ ପାରିତ ହେବା ଦେଖିଛୁ । ଦେଶକୁ ଆଗକୁ ନେବାକୁ ହେଲେ ବିଜେପି ପରିବାର ସହ ଯୁବବର୍ଗ ଯୋଡି ହୁଅନ୍ତୁ । ଆଗାମୀ ୫ରୁ ୧୦ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଶ୍ରେଷ୍ଠ ଦେଶ ଭାବେ ପରିଗଣିତ ହେବ ।