ଘାଟିରୁ ଖସି ଜଳିଗଲା ଟ୍ରକ୍ । ବାଙ୍ଗିରିପୋଷୀ ଦ୍ୱାରାଶୁଣୀ ଘାଟିରେ ଦୁର୍ଘଟଣା ।

334

କନକ ବ୍ୟୁରୋ: ମୟୂରଭଞ୍ଜ ବାଙ୍ଗିରିପୋଷୀ ଦ୍ୱାରାଶୁଣୀ ଘାଟିରେ ଦୁର୍ଘଟଣା । ପିଆଜ ଭର୍ତ୍ତି ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର ଓ ହେଲପର । ଟ୍ରକଟି ନାସିକରୁ ପିଆଜ ନେଇ କୋଲକାତା ଅଭିମୁଖେ ଯାଉଥିବା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିବା ବେଳେ ଏଥିରେ ନିଆଁ ଲାଗି ଯାଇଥିଲା । ବିଶୋଇ ପୋଲିସ ଏବଂ ଅଗ୍ନୀଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ୪୯ ନଂ ଜାତୀୟ ରାଜପଥର ବିଶୋଇ-ବାଙ୍ଗିରିପୋଷୀ ରାସ୍ତା ଅବରୋଧ ହୋଇଥିବା ବେଳେ ଉଭୟ ପାଶ୍ୱର୍ରେ ଗାଡି ଗୁଡିକ ଅଟକି ରହିଛନ୍ତି ।