ବେଦାନ୍ତ ଆଲୁମିନିୟମର ଗ୍ରୀଷ୍ମ ସଚେତନତା କାର୍ଯ୍ୟକ୍ରମ, ଉପକୃତ ହେଲେ ଝାରସୁଗୁଡାର ୬,୫୦୦ରୁ ଅଧିକ ଲୋକ

113

କନକ ବ୍ୟୁରୋ : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବ୍ୟାପକ ଗ୍ରୀଷ୍ମ ପ୍ରଭାବ ଜନିତ ସଚେତନତା କାର୍ୟ୍ୟକ୍ରମ ଆୟୋଜନ କରିଥିଲା । ଗୋଷ୍ଠୀର ଲୋକମାନଙ୍କୁ ଉତାପର ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିବା ବିଷୟରେ ଉପଯୁକ୍ତ ସତର୍କ କରାଯାଇଥିଲା । ଏଥିପାଇଁ ବଢେଇମୁଣ୍ଡା ଛକ, ଘରୋଇ ବସଷ୍ଟାଣ୍ଡ, ରେଳ ଷ୍ଟେସନ, ସରବାହାଲ ଛକ, ବିଟ.ମ ଛକ ସହିତ ୨୮ ଟି ଗ୍ରାମରେ ଲୋକମାନଙ୍କୁ ସଚେତନ କରାଇଥିଲା । ଲାଇଭ ଅଧିବେଶନ, ଲିଫଲେଟ ବଂଟନ ଓ ଓଆରଏସ ପାଉଡର ବିତରଣ ମାଧ୍ୟମରେ ଏକ ସପ୍ତାହବ୍ୟାପୀ ଏହି କାର୍ୟ୍ୟକ୍ରମ ସଫଳତାର ସହ ୬୫୦୦ରୁ ଅଧିକ ଲୋକଙ୍କ ପାଖରେ ପହଁଚିଥିଲା ।

ଅଂଶୁଘାତ ହେଉଛି ଏକ ଗରୁତର ସମସ୍ୟା ଯେତେବେଳକି ଶରୀରରୁ ଜଳୀୟ ଅଂଶ ହ୍ରାସ ପାଇ ଲୋକ ଅସୁସ୍ଥ ହୋଇ ଯାଏ । ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତନ ସହିତ ଅଂଶୁଘାତ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ଓ ପ୍ରତିଷେଧକ ବିଷୟରେ ବୁଝାଇବା ଉପରେ ସଚେତନ କରାଯାଇଥିଲା । ଅଂଶୁଘାତକୁ ଚିହ୍ନିବା କ୍ଷଣି ତୁରନ୍ତ ଉପଚାର ବ୍ୟବସ୍ଥା କିପରି ଗ୍ରହଣ କରାଯିବ ସେ ବିଷୟରେ ଲୋକମାନଙ୍କୁ ବୁଝାଯାଇଥିଲା । ଏହି ସମୟରେ ବିଶେଷ ଶାରୀରିକ ପରିଶ୍ରମ ନକରିବା ପାଇଁ ଲୋକଙ୍କୁ ବୁଝାଯାଇଥିଲା ।

ଠିକ ସମୟରେ ଲୋକମାନଙ୍କୁ ସଚେତନ କରିବାକୁ ଉଦ୍ୟମ କରୁଥିବାରୁ କମ୍ପାନିକୁ ଧନ୍ୟବାଦ ଜଣାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଝାରସୁଗୁଡ଼ା ଡ. ଦୋଳମଣି ପଟେଲ କହିଛନ୍ତିଯେ- ଗୋଷ୍ଠୀ ସ୍ୱାସ୍ଥ୍ୟ ଅଭିବୃଦ୍ଧି ପାଇଁ ମୁଁ ବେଦାନ୍ତ ଆଲୁମିନିୟମକୁ ଧନ୍ୟବାଦ ଜଣାଉଛି । ଲୋକଙ୍କୁ ପ୍ରାଥମିକ ପର୍ୟ୍ୟାୟରେ ସଚେତନ କରାଇ ଆମେ ବିପଦକୁ ସଫଳତାର ସହ ମୁକାବିଲା କରିପାରିବା ।

ସଂପ୍ରତି ଝାରସୁଗୁଡ଼ାର ଲୋକମାନଙ୍କୁ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ଦେବା ପାଇଁ କମ୍ପାନି ପକ୍ଷରୁ ଜଳ ସେବା ଶିବିର ଆୟୋଜନ କରାଯାଇ ବାସିନ୍ଦା ତଥା ଯାତ୍ରୀମାନଙ୍କୁ ମାଗଣା ଜଳ, ଓଆରଏସ, ଲେମ୍ବୁପାଣି ଓ ବଟରମିଲକ ଯୋଗାଇ କଂପାନି ପ୍ରାୟ ୮୦୦୦ ଲୋକଙ୍କ ପାଖରେ ପହଁଚିଥିଲା । ଝାରସୁଗୁଡ଼ାର ୧୧ଟି ୱାର୍ଡ଼ର ୧୭ଟି ସ୍ଥାନରେ ଗୋଷ୍ଠୀକୁ ପାନୀୟ ଜଳ ଯୋଗାଇବା ପାଇଁ କମ୍ପାନି ପାଣି ଟାଙ୍କି ବ୍ୟବସ୍ଥା କରିଥିଲା । ଏହା ଦ୍ୱାରା ୨୫,୦୦୦ ଲୋକ ବିଶୁଦ୍ଧ ପାଣି ପାଇ ପାରୁଛନ୍ତି । କମ୍ପାନି ପକ୍ଷରୁ ଆଉ କେତେକ ପଦକ୍ଷେପ ଜରିଆରେ ବର୍ଷା ଜଳ ଅମଳ ପାଇଁ ପ୍ରସ୍ତୁତି, ପୋଖରୀ,ନଳକୂପର ପୁନରୁଦ୍ଧାର , ପାଶ୍ୱର୍ବର୍ତି ଗ୍ରାମ ଗୁଡ଼ିକରେ ଜଳ ଭିତିଭୂମିର ବିକାଶ କାର୍ୟ୍ୟ ଜାରୀ ରହିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ୟ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।