କାଳବୈଶାଖୀ ବର୍ଷାରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ବିଜୁଳି ଗାୟବ । ଅନ୍ଧାର ଭିତରେ ସହରର ଅନେକ ଅଞ୍ଚଳ ।

170

କନକ ବ୍ୟୁରୋ: କାଳବୈଶାଖୀ ବର୍ଷାରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ବିଜୁଳି ଗାୟବ । ଆଜି ପ୍ରାୟ ୪ଟାବେଳେ ରାଜଧାନୀରେ ଝଡ ବର୍ଷା ଓ ପବନ ଯୋଗୁଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । କିନ୍ତୁ ରାଜଧାନୀର ବିଭିନ୍ନ ସ୍ଥାନରେ ଦୀର୍ଘ ୩ ଘଣ୍ଟା ଧରି ବିଜୁଳି ଗାୟବ ହୋଇଯାଇଛି । ପବନ ଯୋଗୁଁ ଅନେର ସ୍ଥାନରେ ବିଦ୍ୟୁତ ତାର ଛିଡିଯାଇଛି । ଫଳରେ ଦୁଇ ନମ୍ବର ମାର୍କେଟ, ଆଇଜି ପାର୍କ. ମାର୍କେଟ ବିଲଡିଂ, ମାଷ୍ଟର କ୍ୟାଣ୍ଟିନକୁ ଲାଗି ରହିଥିବା ସରକାରୀ କ୍ୱାର୍ଟର ଓ ରାଜମହଲ ଅଞ୍ଚଳରେ ବିଜୁଳି ନାହିଁ । ରସୁଲଗଡ ଅଞ୍ଚଳର ପଳାଶୁଣି, ଜିଜିପି କଲୋନୀ ଅଞ୍ଚଳରେ ବି ବିଦ୍ୟୁତ ନାହିଁ । ଫଳରେ ଲୋକେ ହଇରାଣ ହୋଇଛନ୍ତି । ଦୀର୍ଘ ୩ ଘଣ୍ଟା ଧରି ବିଦ୍ୟୁତ ଠପ୍ ହୋଇଯିବା ପରେ ଶକ୍ତି ବିଭାଗ ଟ୍ୱିଟ୍ କରି ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ ସେବା ଯୋଗାଇଦେବାକୁ ଟିପିସିଏଲକୁ ନିର୍ଦ୍ଦେଶ ଦେଇଛି । ସେହିଭଲି ଜୟଦେବ ବିହାର ଓ ସଚିବାଳୟ ପଛପଟେ ବି ବିଦ୍ୟୁତ ସରବରାହ ଠପ୍ ରହିଛି ।