ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣା : ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ୨ ସହଯୋଗୀ ଅଟକ

187

କନକ ବ୍ୟୁରୋ : ଓଡିଶା ସିମକାର୍ଡର ପାକିସ୍ତାନ ସହ ଲିଙ୍କ ଘଟଣାର ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ୨ ସହଯୋଗୀ ଅଟକ । ଦେଶବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଯାଜପୁରରୁ ଉଠାଇଲା ଏସଟିଏଫ । ସେହିପରି ଖୁବଶୀଘ୍ର ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଫରେନସିକ୍ ଲ୍ୟାବକୁ ପଠାଯିବ ବୋଲି ଜଣା ପଡିଛି । ଏସଟିଏଫ ତରଫରୁ ଏନଆଇଏ ଓ ଆଇବିକୁ ସମସ୍ତ ତଥ୍ୟ ଏସଟିଏଫ ଦେବା ସହ ଆବଶ୍ୟକ ସ୍ଥଳେ ଆଇଟି ଏକ୍ସପର୍ଟ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଅଧିକ ଖୋଳତାଡ କରିପାରନ୍ତି । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତକୁ ୫ ଦିନ ପାଇଁ ରିମାଣ୍ଡ ଆବେଦନ ଏସଟିଏଫ କରିଥିବାବେଳେ ସୋମବାର ଠାରୁ ରିମାଣ୍ଡରେ ଆସିବେ ପଠାଣି ସାମନ୍ତ ।