ଯୁକ୍ତଦୁଇ ପରୀକ୍ଷାରେ ଭାଗ ନେବେ ଅଧ୍ୟାପକ : ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ନିଷ୍ପତ୍ତି

186

କନକ ବ୍ୟୁରୋ : ଯୁକ୍ତଦୁଇ ପରୀକ୍ଷାରେ ଭାଗ ନେବେ ଅଧ୍ୟାପକ । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । ଏ ନେଇ ୬୬୨ ବର୍ଗ ଅଧ୍ପାକ ସଂଘ ପ୍ରତିକ୍ରିୟା ରଖିଛନ୍ତି । ଲୋୟର ପିଏମଜିରେ ପ୍ରତିକାତ୍ମକ ଆନ୍ଦୋଳନ ଜାରି ରହିବ । କେବଳ ସେତିକି ନୁହେଁ ଆସନ୍ତା ୧୦ରୁ ୧୨ ତାରିଖ ମଧ୍ୟରେ ବୈଠକ ବସିବା ନେଇ ସମ୍ଭାବନା ରହିଛି । ତେବେ ମୋଟ ଉପରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ରେଗୁଲାର ଏବଂ ଏକ୍ସ ରେଗୁଲାରରେ ମୋଟ ୩ ଲକ୍ଷ ୫୭ ହଜାର ୯୪୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ଅଛି ।