ବିଶ୍ୱର ବିପଦଜ୍ଜନକ ଦେଶ ଭିତରେ ପାକିସ୍ତାନ ଅନ୍ୟତମ । ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ର ଦୁନିଆ ପାଇଁ ଆଣିପାରେ ବିପତ୍ତି

137

କନକ ବ୍ୟୁରୋ : ବର୍ତମାନ ଏଭଳି କିିଛି ଶଦ୍ଧ ସହ ଆତଙ୍କବାଦୀଙ୍କ ଗଡ କୁହାଯାଉଥିବା ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ପାକିସ୍ତାନକୁ ଏଥରକ କୌଣସି ଆତଙ୍କୀ ଆକ୍ରମଣ ପାଇଁକି ନୁହେଁ ବଂର ଆଣବିକ ଅସ୍ତ୍ରଶସ୍ତ୍ର ରଖିବାକୁ ନେଇ ବାଇଡେନ ସିଧାସଳଖ ଟାର୍ଗେଟ କରିଛନ୍ତି । ଆମେରିକା ରାଷ୍ଟ୍ରପତି କହିଛନ୍ତି କି ପାକିସ୍ତାନ ନିକଟରେ ଯେଉଁ ଆଣବିକ ଅସ୍ତ୍ରଶସ୍ତ୍ର ରହିଛି ତାକୁ ସଠିକ ନିୟନ୍ତ୍ରଣ ଓ ନିରୀକ୍ଷଣରେ ରଖାଯାଇନି । ପାକିସ୍ତାନରେ ସେନା ଓ ସରକାରଙ୍କ ମଧ୍ୟରେ କୌଣସି ତାଳମେଳ କି ସମନ୍ୱୟ ନାହିଁ । ଯାହା ଦେଶ ଦୁନିଆ ପାଇଁ ଆଗକୁ ବଡ ବିପଦ ଆଣିପାରେ । ସୂଚନା ଅନୁସାରେ ପାକିସ୍ତାନ ପାଖରେ ପ୍ରାୟ ୧୬୦ଟି ପରମାଣୁ ବୋମା ରହିଛି । ଆସନ୍ତୁ ଜାଣିବା ଆଣବିକ ହତିଆର ବ୍ୟବହାର ପାଇଁ ପାକିସ୍ତାନୀ ପରମାଣୁ ନୀତି କଣ ରହିଛି:

ପାକିସ୍ତାନର ପରମାଣୁ ନୀତି

• ପାକିସ୍ତାନରେ “ନୋ ଫାଷ୍ଟ ୟୁଜ୍’ ଏକ ପରମାଣୁ ନୀତି ଭାବେ ଅନୁସରଣ କରେନି
• ପାକିସ୍ତାନର ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛି କି କେତେବେଳେ ଓ କେମତି ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରାଯିବ ।
• ୧୯୯୯ ମସିହାରେ ନୋ ଫାଷ୍ଟ ୟୁଜକୁ ଖାରଜ କରି ତତ୍କାଳୀନ ବୈଦେଶିକମନ୍ତ୍ରୀ କହିଥିଲେ କି ଦେଶର ସୁରକ୍ଷା ପାଇଁ ଆବଶ୍ୟକ ପଡିଲେ ସମସ୍ତ ହତିଆର ବ୍ୟବହାର କରାଯିବ ।

ବାଇଡେନଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ଶକ୍ତିମନ୍ତ୍ରୀ ଖୁର୍ରମ ଦସ୍ତଗୀର । ଆମେରିକାର ଏଭଳି ବୟାନ ଭିତିହୀନ । ବିଭିନ୍ନ ଅର୍ନ୍ତଜାତୀୟ ଏଜେନ୍ସି ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ନିରିକ୍ଷଣ କରିଛନ୍ତି ।

ଫାଭିଓ-ୟୁକ୍ରେନ ସଙ୍କଟ ମଧ୍ୟରେ ରୁଷ ପାଶ୍ଚାତ୍ୟ ଦେଶ ସମେତ ଆମେରିକା ପରମାଣୁ ଆକ୍ରମଣ ଚେତାବନୀ ଦେଇ ସାରିଛି । ଅନ୍ୟପକ୍ଷ ନାଟୋ ଦେଶ ପକ୍ଷରୁ ଅନେକ ଆଣବିକ ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି ।ଏହା ଭିତରେ ବାଇଡେନଙ୍କ ଏଭଳି ବୟାନ କେଉଁ ଦିଗକୁ ଇସାରା କରୁଛି ତାକୁ ନେଇ ଉଠୁଛି ପ୍ରଶ୍ନ