ଧାମନଗର ଉପ-ନିର୍ବାଚନରେ ଉଠିବ ଅର୍ଚ୍ଚନା ପ୍ରସଙ୍ଗ । ନେତାଙ୍କ ଯୌନ କେଳେଙ୍କାରୀ ନେଇ ଘେରିବ କଂଗ୍ରେସ ।

ଅର୍ଚ୍ଚନା ନାଗଫାଶରେ ୪୦ ବିଧାୟକ ଥିବା ନେଇ ଚର୍ଚ୍ଚା

84

କନକ ବ୍ୟୁରୋ: ଅର୍ଚ୍ଚନାଙ୍କ ନାଗଫାଶରେ ନେତା, ବିଧାୟକ ଓ ସାଂସଦଙ୍କ ଫଟୋ ଆସିବା ପରେ ଆଉ କିଛି ବିଧାୟକଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଆହୁରି ୪୦ରୁ ୫୦ଜଣ ବିଧାୟକ ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଥିଲେ ବୋଲି ଅଭିଯୋଗ ହେଉଛି । ଆଉ ସେମାନେ ଅର୍ଚ୍ଚନାଙ୍କ ସହ ଖରାପ କାମରେ ଲିପ୍ତ ଥିଲେ ବୋଲି କୁହାଯାଉଛି । ଅନ୍ୟପଟେ ଏହି ପ୍ରସଙ୍ଗରେ ଏବେ ରାଜନୀତିର ରଙ୍ଗ ଲାଗିଛି ଏବଂ ଏହ ପ୍ରସଙ୍ଗକୁ ଆଗକୁ ହେବାକୁ ଯାଉଥିବା ଧାମନଗର ଉପନିର୍ବାଚନରେ ଉଠାଇବାକୁ ବୋଲି କହିଛି କଂଗ୍ରେସ ।

  • ‘ଧାମନଗର ଉପ-ନିର୍ବାଚନରେ ଉଠିବ ଅର୍ଚ୍ଚନା ପ୍ରସଙ୍ଗ’
  • ‘ଯୌନ କେଳେଙ୍କାରୀ ନେଇ ଘେରିବ କଂଗ୍ରେସ’

ଅର୍ଚ୍ଚନା ନାଗଙ୍କ ନାଗଫାଶରେ କେତେ ଯେ ନେତା ପଡିଛନ୍ତି, ତାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି । କିଛି ନେତାଙ୍କ ଫଟୋ ସାମନାକୁ ଆସିଥିବାବେଳେ ଆଉ କିଛି ନେତାଙ୍କ ନାଁକୁ ନେଇ ଲାଗି କଳ୍ପନା ଜଳ୍ପନା ଚାଲିଛି । ଆଉ ଧିରେ ଧିରେ ଖୋଲିବାରେ ଲାଗିଛି, ଅର୍ଚ୍ଚନା ଓ ପ୍ରଭାବଶାଳୀ ନେତାଙ୍କ ଯୌନ କେଳେଙ୍କାରୀର ଗୁମର । ଯାହା ହେବାକୁ ଯାଉଥିବା ନିର୍ବାଚନରେ ପ୍ରସଙ୍ଗ ପାଲଟିବାକୁ ଯାଉଛି । ଆଉ ଶାସକ ଦଳର ନେତା ଓ ଅର୍ଚ୍ଚନାଙ୍କ ଭିତରେ କେମିତି ଯୌନ କେଳେଙ୍କାରୀ ଚାଲିଥିଲା । ଅର୍ଚ୍ଚନା ଭିଡିଓ ସୁଟ୍ କରି ବ୍ଲାକମେଲ କରି କୋଟି କୋଟି ଟଙ୍କା ରୋଜଗାର କରିଥିଲେ ଓ କଳା ସାମ୍ରାଜ୍ୟ ବିସ୍ତାର କରିଥିଲେ ସେ ସମ୍ପର୍କରେ ନିର୍ବାଚନୀ ପ୍ରଚାରରେ ଲୋକଙ୍କୁ କହିବ କଂଗ୍ରେସ ।

  • ‘ଅର୍ଚ୍ଚନାଙ୍କ ନାଗଫାଶରେ ୪୦ ବିଧାୟକ’
  • ବିଧାୟକଙ୍କ ନାଁକୁ ନେଇ ଚର୍ଚ୍ଚା

ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଥିବା କିଛି ନେତାଙ୍କ ଫଟୋ ସାମନାକୁ ଆସିଥିବାବେଳେ ଆହୁରି ଅନେକ ବିଧାୟକ ଲିଙ୍କ୍ ଥିବା ଚର୍ଚ୍ଚା ହେଉଛି । ଯାହା ନେତାଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଛି । ଆଉ ଏତିକିବେଳେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । କହିଛନ୍ତି, ଅର୍ଚ୍ଚନାଙ୍କ ମାମଲାର ଅଧିକ ତଦନ୍ତ ହେବା ଆବଶ୍ୟକ । ତଦନ୍ତ ହେଲେ ମନ୍ତ୍ରୀ ଓ ବିଧାୟକ ବାହାରିବେ । ବିଜେଡିର ୪୦ ରୁ ୫୦ ବିଧାୟକ ଅର୍ଚ୍ଚନା ସହ ସାମିଲ ଅଛନ୍ତି । ଏହି ପ୍ରସଙ୍ଗ ଆଗାମୀ ବିଧାନସଭାରେ ଉଠାଇବ ବିଜେପି ।

ଅନେକ ନେତାଙ୍କର ନାଁକୁ ନେଇ ଚର୍ଚ୍ଚା ହେଉଥିଲେ ବି ଏପର୍ଯ୍ୟନ୍ତ କିଏ କିଏ ସମ୍ପର୍କରେ ଥିଲେ, ତାର କୌଣସି ପ୍ରମାଣ ମିଳିନାହିଁ । ଜଣେ ବିଧାୟକ ଅର୍ଚ୍ଚନାଙ୍କୁ ନେଇ ବାହାରକୁ ବୁଲି ଯାଇଥିବା ଖବରକାଗଜରେ ପ୍ରକାଶ ପାଇଛି । ଏହି ଖବର କେତେ ସତ କେତେ ମିଛ ତାହା ସ୍ପଷ୍ଟ ହୋଇନାହିଁ । ହେଲେ, ଅର୍ଚ୍ଚନାଙ୍କ ଜୁଲମର ଶିକାର ହୋଇ ଟଙ୍କା ଗଣିଥିବା ନେତା ଏବେ ଆତଙ୍କିତ ହୋଇପଡିଛନ୍ତି । କେତେବେଳେ ଫଟୋ ଆସିଯିବ ଆଉ ଭିଡିଓ ଆସିଯିବ । ଯାହା ଫଳରେ ସବୁଦିନ ପାଇଁ ସେମାନଙ୍କ ଇଜ୍ଜତ ଓ ସମ୍ମାନ ଚାଲିଯିବ, ସେହି ଭୟ ଏବେ ନେତାମାନଙ୍କୁ ଘାରିଛି । ଅନ୍ୟପଟେ ପୋଲିସର ନୀରବତା ସନ୍ଦେହକୁ ଆହୁରି ବଢ଼ାଉଛି ।