ରାଜଶ୍ରୀଙ୍କ ମୃତ୍ୟୁ ନେଇ ରାଜନୀତି । ସରକାରଙ୍କ ଉପରେ ବର୍ଷିଲେ ବିରୋଧୀଦଳ ନେତା । କ’ଣ କହିଲେ ପଢ଼ନ୍ତୁ…

85

କନକ ବ୍ୟୁରୋ: ରାଜଶ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଛନ୍ତି. ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ପୂରା ଖରାପ । ଓଡ଼ିଶା ଭଳି ସରଳ ରାଜ୍ୟରେ ହତ୍ୟା ଏକ ବିରଳ କେସ୍ ଥିଲା ତାହା ଆଜି ପ୍ରତିଦିନ ବଢ଼ିବାରେ ଲାଗିଛି । ତାହାର ମୂଳ କାରଣ ହେଲା, ପୋଲିସକୁ ବିଜେଡି କର୍ମୀ ଭଳିଆ କାର୍ଯ୍ୟ କରାଇବା ।

ନିର୍ବାଚନରେ ମଦ ବାଣ୍ଟିବା, ପଇସା ବାଣ୍ଟିବା, ବୁଥ୍ କାପଚରିଂ କରିବା ଭଳି କାର୍ଯ୍ୟରେ ପୋଲିସକୁ ଲଗାଯାଉଛି ବୋଲି ଆଜି ଏଭଳି ଘଟଣା । ଓସିଏ ସଭାପତିଙ୍କ ନାଁରେ ଯଦି ଅଭିଯୋଗ ଆସୁଛି ତେବେ ତଦନ୍ତ ହେବା କଥା ନିଶ୍ଚିତ । ଯିଏ ଦୋଷୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ।