ସରକାରୀ କଟକଣାରେ ହେବ ଗଣେଶ ପୂଜା ! ଜାଣନ୍ତୁ କ’ଣ ରହିଛି କଟକଣା ?

234

କନକ ବ୍ୟୁରୋ : ରାତି ପାହିଲେ ଗଣେଶ ପୂଜା । ମୂର୍ତି ନିର୍ମାଣରେ ବିବାଦ ପରେ ଏବେ ମୂର୍ତି ଉଚ୍ଚତାକୁ ନେଇ କଟକଣା । ମଣ୍ଡପରେ ପୂଜା ପାଇବାକୁ ଥିବା ମୂର୍ତ୍ତି ଗୁଡ଼ିକର ଉଚ୍ଚତା ୨୦ ଫୁଟ ରହିବ । ମେଢ ସହ ମୂର୍ତ୍ତିର ଉଚ୍ଚତା ୪୦ ଫୁଟ କରାଯାଇପାରିବ । ପୂଜା ମଣ୍ଡପ ଗୁଡିକ ଯେତେଦୂର ସମ୍ଭବ ଛୋଟ ମୂର୍ତ୍ତି ନିର୍ମାଣ କରିବା ପାଇଁ ପଦକ୍ଷେପ ନେବେ । ପାର୍ବଣ ଋତୁ ଆରମ୍ଭରୁ ରାଜ୍ୟ ସରକାରଙ୍କ ‘ଓଡ଼ିଶା ପ୍ରିଭେନ୍ସସନାଲ ଆଣ୍ଡ କଂଟ୍ରୋଲ ଅଫ୍ ୱାଟର ପଲ୍ୟୁସନ ରୁଲ୍ସ-୨୦୧୧’ ଆଧାରରେ କଟକଣା ଲଗାଯାଇଛି ।

ନିୟମ ଉଲ୍ଲଙ୍ଘନ କଲେ ୭ ହଜାର ଟଙ୍କା ଯାଏଁ ଜରିମାନ ଦେବାକୁ ପଡ଼ିବ । ପଞ୍ଚାୟତ ସ୍ତରରେ ଥିବା ପୂଜା କମିଟିକୁ ୩ ହଜାର, ମ୍ୟୁନିସିପାଲିଟି ଓ ଏନ୍ଏସି ଅଞ୍ଚଳର ପୂଜା କମିଟିକୁ ୫ ହଜାର ଦେବାକୁ ପଡ଼ିବ । ସେହିପରି ମହାନଗର ନିଗମ ଅଞ୍ଚଳର ପୂଜା କମିଟି ଗୁଡ଼ିକ ଲାଗି ୭ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ । ପାର୍ବଣକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି । ରାତି ପାହିଲେ ଗଣେଶ ପୂଜା । ରାଜ୍ୟ ପ୍ରଦୂଷଣ ବୋର୍ଡର ଏପରି ନିୟମାବଳୀକୁ ନେଇ ଚିନ୍ତା ବଢି ଯାଇଛି ।

କ’ଣ ରହିଛି କଟକଣା ?

– ମଣ୍ଡପରେ ପୂଜା ପାଇବାକୁ ଥିବା ମୂର୍ତ୍ତିର ଉଚ୍ଚତା ୨୦ ଫୁଟ ରହିବ
– ମେଢ ସହ ମୂର୍ତ୍ତିର ଉଚ୍ଚତା ୪୦ ଫୁଟ କରାଯାଇପାରିବ
– ଯେତେ ସମ୍ଭବ ଛୋଟ ମୂର୍ତ୍ତି ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯିବ
– ମୂର୍ତ୍ତି ନିର୍ମାଣରେ ପୋଡା ମାଟି ତଥା ପ୍ଲାଷ୍ଟର ଅଫ୍ ପାରିସ୍ ବ୍ୟବହାର ହେବନି
– ପ୍ରାକୃତିକ ମାଟି ବ୍ୟବହାର କରି ମୂର୍ତ୍ତି ନିର୍ମାଣ କରାଯିବ
– ମୂର୍ତିରେ କୌଣସି ପ୍ରକାର ରାସାୟନିକ ରଙ୍ଗ ବ୍ୟବହାର ହେବ ନାହିଁ
– ପ୍ରଶାସନ ଓ ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ଅସ୍ଥାୟୀ ପୋଖରୀରେ ବିସର୍ଜନ ହେବ
– ପୂଜାରେ ବ୍ୟବହୃତ ସାମଗ୍ରୀକୁ ଚିହ୍ନଟ ସ୍ଥାନରେ ପକାଇବେ
– ବିସର୍ଜନର ୨୪ ଘଣ୍ଟା ମଧ୍ୟରେ ଅସ୍ଥାୟୀ ପୋଖରୀରୁ ସାମଗ୍ରୀ ବାହାର କରିବେ
– ପ୍ରସାଦ ବିତରଣ ପାଇଁ ଏକକ ବ୍ୟବହାର ପ୍ଲାଷ୍ଟିକ୍ ବ୍ୟବହାର ହେବନି
– ଥର୍ମୋକୁଲରେ ତିଆରି ଜିନିଷର ବ୍ୟବହାର ନକରିବାକୁ ପରାମର୍ଶ