ଭୀଷଣ ବାତ୍ୟାର ପରିଣତ ହୋଇ ଆଗକୁ ବଢୁଛି ‘ରେମାଲ’ । ଆଜି ମଝି ରାତିରେ ଲ୍ୟାଣ୍ଡଫଲ୍, ସାଗରଦୀପ ଓ ଖେପୁପୁରା ମଧ୍ୟରେ ଅତିକ୍ରମ କରିବ ସ୍ଥଳଭାଗ

1,251

କନକ ବ୍ୟୁରୋ : ଭୀଷଣ ବାତ୍ୟ।ର ପରିଣତ ହୋଇ ଆଗକୁ ବଢୁଛି ବାତ୍ୟା ‘ରେମାଲ’ । ଉତର ବଙ୍ଗୋପସାଗରରେ ୧୩ କିଲୋମିଟର ବେଗରେ ଉତର ଦିଗରେ ଗତି କରୁଛି    । ଏହା ଆହୁରି ଘନିଭୂତ ହୋଇ ବାଂଲାଦେଶ ଓ ଏହା ନିକଟବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ।

ବାଂଲାଦେଶର ‘ମୋଙ୍ଗଲା’ ନିକଟରେ ହେବ ଲ୍ୟାଣ୍ଡଫଲ୍
ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୧୦-୧୨୦ କିଲୋମିଟର ରହିପାରେ
୧୩୫ କିଲୋମିଟର ବେଗରେ ଦେଇପାରେ ଝଟକା

ଭୀଷଣ ବାତ୍ୟା ‘ରେମାଲ’ର ସିଧାସଳଖ ପ୍ରଭାବ ଓଡ଼ିଶା ପଡୁନଥିଲେ ମଧ୍ୟ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବ । ଏପଟେ ଅଶାନ୍ତ ହୋଇ ଉଠିଛି ସମୁଦ୍ର । ସମୁଦ୍ର କୁଳିଆ ଲୋକଙ୍କ ମନରେ ଛନକା ପଶିଛି । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବର୍ଷା ହୋଇଥିବା ବେଳେ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ମୟୂରଭଂଜ, କେନ୍ଦ୍ରାପଡ଼ା, ଜତଜସିଂହପୁରରେ ବର୍ଷା
କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି
ଅଶାନ୍ତ ହୋଇ ଉଠିଛି ସମୁଦ୍ର
ପାରାଦୀପ ଓ ଚାନ୍ଦବାଲି ବନ୍ଦରରେ ୩ ନମ୍ବର ବିପଦ ସଂକେତ
ପୁରୀ ଓ ଗୋପାଳପୁର ବନ୍ଦରରେ ୨ ନମ୍ବର ବିପଦ ସଂକେତ
ସମୁଦ୍ର ଭିତରକୁ ପ୍ରବେଶ ନକରିବାକୁ ମତ୍ସ୍ୟଜୀବୀଙ୍କୁ ଚେତାବନୀ
ବାଇଟ୍ : ମନୋରମା ମହାନ୍ତି, ନିର୍ଦ୍ଦେଶିକା, ଆଂଚଳିକ ପାଣିପାଗ କେନ୍ଦ୍ର

ଏବେ ବ୍ୟାତ୍ୟାର କେନ୍ଦ୍ର ସ୍ଥଳରେ ୧୧୦ କିଲୋକିଟର ବେଗରେ ପବନର ଝଟକା ଦେଉଛି । ଏହା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମବଙ୍ଗ ସରକାର ବିମାନ ଚଳାଚଳକୁ ବାତିଲ କରି ଦେଇଛନ୍ତି । ଏପଟେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର । ବର୍ଷା ସହ ପବନ ବହିବାର ଆଶଙ୍କା ଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଉପକୂଳ ଓଡ଼ିଶାରେ ମେଘୁଆ ପାଗ ହୋଇଥିବା ବେଳେ କଟକ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକରେ ବର୍ଷା ହେଉଛି । ଆସନ୍ତାକାଲି ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ ।