ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ । ଛାତ୍ରଛାତ୍ରୀ କହିଲେ ସଫଳତାର କାହାଣୀ ,ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ବାର୍ତ୍ତା ।

67

କନକବ୍ୟୁରୋ:ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ । ଚଳିତ ଥର ମାଟ୍ରିକ୍ ପରୀକ୍ଷାରେ ପାସ ହାର ରହିଛି ୯୬.୦୭ ପ୍ରତିଶତ । ଚଳିତ ଥର ପୁଅଙ୍କଠାରୁ ଆଗରେ ରହିଛନ୍ତି ଝିଅ । ତେବେ ମାଟ୍ରିକ ଫଳାଫଳ ଆସିଲା ପରେ କିଛି କୃତୀ ଛାତ୍ର ଛାତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସଫଳତା ପାଇଁ ଯଦି ନିଷ୍ଠା ଥିବ ତାହେଲେ ଅସୁବିଧା ବି ଆଗକୁ ବଢିବାକୁ ବାଟ ଛାଡିଦିଏ । କଟକ ରେଭେନ୍ସା କଲିଜିଏଟ୍ ହାଇସ୍କୁଲର ଛାତ୍ର ଆଶୁତୋଷ ସାହୁଙ୍କ ସଫଳତା ।

ଦଶମ ବୋର୍ଡ ପରୀକ୍ଷାରେ ୫୫୨ ନମ୍ବର ରଖି ଏ-୧ ଗ୍ରେଡରେ ପାସ୍ ହୋଇଛନ୍ତି । ଆଶୁତୋଷ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଅନେକ ଆର୍ଥିକ ଅନଟକ ମଧ୍ୟରେ ଏହି ସଫଳତା ପାଇଛନ୍ତି । ବାପା ଅଶୋକ ସାହୁ ପେଶାରେ ଜଣେ ଟ୍ୟାକ୍ସି ଡ୍ରାଇଭର ହୋଇଥିବା ବେଳେ ମା’ ସୁକାନ୍ତି ସାହୁ ଜଣେ ଗୃହିଣୀ । ପରୀକ୍ଷା ପାଇଁ ଆଶୁତୋଷ ପ୍ରତିଦିନ ୮ ଘଂଟାରୁ ଅଧିକ ସମୟ ପରିଶ୍ରମ କରିଥିବା କହିଛନ୍ତି । ଆଶୁତୋଷଙ୍କ ଏହି ସଫଳତା ପରେ ଅଂଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।