ଭୀଷଣ ବାତ୍ୟାର ପରିଣତ ହେଲା ବାତ୍ୟା ‘ରେମାଲ’ । ବିଭିନ୍ନ ସ୍ଥାନରେ ତୁହାକୁ ତୁହା ଲାଗିଛି ବର୍ଷା । ଅଶାନ୍ତ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ ।

185

କନକବ୍ୟୁରୋ:ଭୀଷଣ ବାତ୍ୟାର ପରିଣତ ହେଲା ବାତ୍ୟା ‘ରେମାଲ’ । ଆଜି ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ-ବାଂଲା ଉପକୂଳରେ ଛୁଇଁବ ସ୍ଥଳଭାଗ । ପଶ୍ଚିମବଙ୍ଗ ଉପକୂଳ ପାଇଁ ରେଡ ୱାର୍ଣ୍ଣିଂ ଜାରି । ଉତର-ପଶ୍ଚିମ ଓ ସଂଲଗ୍ନ ଉତର-ପୂର୍ବ ବଙ୍ଗୋପସାରରେ ବାତ୍ୟା ଅଧିକ ଘନୀଭୂତ ହେବା ସହ ୬ ଘଂଟା ଧରି ୬ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଗତି କରୁଛି । ଏହି ଭୀଷଣ ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶା ପଡୁନଥିଲେ ମଧ୍ୟ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏଥି ସହିତ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ପବନ ବେଗ ୪୦ରୁ କିଲୋମିଟର ପ୍ରତିଘଂଟା ରହିବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥି ସହିତ ରାଜ୍ୟର ସମସ୍ତ ବନ୍ଦର ଗୁଡିକୁ ଏକ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ୨୭ ତାରିଖ ଯାଏ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ କୁହାଯାଇଛି ।