ନିର୍ବାଚନୀ ମଇଦାନରେ ପ୍ରଚାର ଜୋରଦାର । ସ୍ୱାମୀଙ୍କ ପାଇଁ ଘର ଘର ବୁଲି ପ୍ରଚାର କଲେ ସ୍ତ୍ରୀ, ବିଭିନ୍ନ ପ୍ରସଙ୍ଗ ନେଇ ସ୍ତ୍ରୀ ମାଗିଲେ ଭୋଟ ।

152

କନକବ୍ୟୁରୋ:ଜମୁଛି ପ୍ରଚାର । ଭୋଟ ହାତେଇବାକୁ ପ୍ରାର୍ଥୀଙ୍କ ପ୍ରୟାସ ଜାରି ରହିଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ରଣନୀତି ଆରମ୍ଭ ହୋଇଛି । ଭିନ୍ନ ଭିନ୍ନ ପ୍ରସଙ୍ଗ ନେଇ ସମର୍ଥକ ଯୋଗାଡ କରୁଛନ୍ତି ପ୍ରାର୍ଥୀ ମାନେ । ହେଲେ ସେପଟେ ପ୍ରଚାର ସମୟରେ କିଛି ଦୃଶ୍ୟ ସାମନାକୁ ଆସିଛି । ମଇଦାନରେ ସ୍ୱାମୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ତ୍ରୀ ମାନେ । ସ୍ୱାମୀଙ୍କ ପାଇଁ ବୁଲି ବୁଲି ଭୋଟ ମାଗୁଛନ୍ତି ସ୍ତ୍ରୀ । ଜଗତସିଂହପୁର ଲୋକସଭା ଓ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ ୧ରେ ପଡ଼ିବ ଭୋଟ । ଏହା ପୂର୍ବରୁ ଚାଲିଛି ଜୋରଦାର ପ୍ରଚାର । ମୈଦାନରେ ଏବେ ସ୍ୱାମୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ସ୍ତ୍ରୀ ମାନେ । ଘରଘର ବୁଲି ଲୋକଙ୍କୁ ଭେଟିବା ସହ ସମର୍ଥନ ଲୋଡ଼ିଛନ୍ତି ।

ଜଗତସିଂହପୁର ବିଜେପି ସାଂସଦ ପ୍ରାର୍ଥୀ ବିଭୁପ୍ରସାଦ ତରାଇଙ୍କ ପତ୍ନୀ ତନୁଶ୍ରୀ ତରାଇ ନିଜ ସ୍ୱାମୀଙ୍କ ପାଇଁ ପ୍ରଚାର କରୁଛନ୍ତି । ସେହିଭଳି କାକଟପୁର ବିଜେଡି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରାଙ୍କ ପତ୍ନୀ ନନ୍ଦିନୀ ବେହେରା ମଧ୍ୟ ନିଜ ସ୍ୱାମୀଙ୍କ ପାଇଁ ଘରଘର ବୁଲି ପ୍ରଚାରରେ ଲାଗିଛନ୍ତି । କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ୱଭୂଷଣ ଦାସଙ୍କ ସ୍ତ୍ରୀ ଶ୍ରାବଣୀ ଦାସ କଂଗ୍ରେସ ଗ୍ୟାରେଂଟିକୁ ଆଧାର କରି ନିଜ ସ୍ୱାମୀଙ୍କୁ ବିଜୟୀ କରାଇବା ପାଇଁ ଲୋକଙ୍କ ସମର୍ଥନ ଲୋଡ଼ିଛନ୍ତି ।

ମଇଦାନରେ ତିନି ଦଳର ପ୍ରାର୍ଥୀଙ୍କ ଲଢେଇ ଜାରି ରହିଥିବା ବେଳେ ଭିନ୍ନ ଭିନ୍ନ ପ୍ରସଙ୍ଗ ନେଇ ଭୋଟ୍ ହାତେଇବାର ପ୍ରୟାସ ଜାରି ରହିଛି । ପ୍ରାର୍ଥୀ ମାନଙ୍କ ସମର୍ଥକଙ୍କ ସହ ଏବେ ପ୍ରାର୍ଥୀଙ୍କ ସ୍ତ୍ରୀ ମାନେ ଜୋରଦାର ପ୍ରଚାର କରୁଛନ୍ତି । ନିର୍ବାଚନ ମଣ୍ଡଳି ସାରା ବୁଲି ବୁଲି ନିର୍ବାଚନ ଲଢୁଥିବା ସ୍ୱାମୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ସ୍ତ୍ରୀ ମାନେ । ଯାହାକି ନିର୍ବାଚନ ମଣ୍ଡଳିରେ ଚର୍ଚ୍ଚାର ବିଷୟ ପାଳଟିଛି ।