ଭିଜିଲାନ୍ସ ଜାଲରେ ସଦର ଥାନା ଅଧିକାରୀ : ଲାଞ୍ଚ ନେବାବେଳେ ଧରାପଡିଲେ ଅଭିନବ ଡାଳୁଆ

308

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁଲିସ ବାବୁ । ଢେଙ୍କାନାଳ ସଦର ଥାନା ଅଧିକାରୀ ଅଭିନବ ଡାଳୁଆ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । କୋଇଲା ଗାଡି ମାଲିକଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି । କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ଥିବା ବେଳେ ରୁଦ୍ଧ କୋଠରୀ ଭିତରେ ଥାନା ଅଧିକାରୀଙ୍କୁୁ ଜେରା ଚାଲିଛି । ଆଇଆଇସି ଅଭିନବଙ୍କ ନିକଟରେ ଡିଏସପିକୁ ପଦୋନ୍ନତି ହୋଇଥିଲା ।

ରାଉରକେଲାରେ ଡିଏସପି ଭାବେ ତାଙ୍କର ବଦଳି ହୋଇଥିଲା । ତେବେ ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ସେଲ୍ର ଏସପି ପ୍ରଦ୍ୟୁମ୍ନ ଦ୍ୱିବେଦୀଙ୍କ ନିର୍ଦ୍ଦେଶରେ ଏକ ଟିମ୍ ସଦର ଥାନାରେ ରେଡ୍ କରିଛି । ତାଙ୍କ ସରକାରୀ ବାସଭବନରେ ମଧ୍ୟ ଚଢାଉ ଜାରି ରହିଛି । ୧୧ଜଣିଆ ଟିମ୍ ଏହି ରେଡରେ ସାମିଲ ହୋଇଛନ୍ତି । ପୂର୍ବରୁ ଏହି ଟ୍ରକ୍ ଡ୍ରାଇଭରଙ୍କଠାରୁ ୧୫ହଜାର ଟଙ୍କା ଲାଞ୍ଚ ନେଇଥିଲେ ଆଇଆଇସି । ଆଉ ଏବେ ପୁଣି ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ।