ପିଏଚଡି କରିବା ପୂର୍ବରୁ କରିବାକୁ ପଡିବ ନାହିଁ ମାଷ୍ଟର କୋର୍ସ, ଜାଣନ୍ତୁ ସରକାର ନୂଆ ଯୋଜନା

1,641

କନକ ବ୍ୟୁରୋ : ଯଦି ଆପଣ ପିଏଚଡି କରିବାକୁ ଚାହୁଁଛନ୍ତି ତେବେ ଆଗାମୀ ଦିନରେ ଆପଣଙ୍କୁ ଆଉ ମାଷ୍ଟର କୋର୍ସ କରିବାକୁ ପଡିବ ନାହିଁ । ଏଥିପାଇଁ ଆପଣଙ୍କୁ କେବଳ ୪ ବର୍ଷିୟା ଗ୍ରାଜୁଏସନ କୋର୍ସ କରିବାକୁ ପଡିବ । ଏହାପରେ ସିଧା ସଳଖ ଆପଣ ପିଏଚଡି ପାଇଁ ଆଡମିଶନ କରିପାରିବେ । ଜବାହରଲାଲ ୟୁନିଭରସିଟିର ପୂର୍ବତନ ଚାନ୍ସଲର ତଥା ଏବେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅର୍ଥାତ ୟୁଜିସିର ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର କହିଛନ୍ତି କି, ଭାରତରେ ବଦଳିଥିବା ଶିକ୍ଷାନୀତି ମୁତାବକ ଛାତ୍ରଛାତ୍ରୀମାନଙ୍କୁ ମାଷ୍ଟର କୋର୍ସ କରିବାର ଆବଶ୍ୟକତା ନାହିଁ । ଯେଉଁ ଛାତ୍ରଛାତ୍ରୀମାନେ ପିଏଚଡି କରିବାକୁ ଲକ୍ଷ୍ୟ ରଖିଛନ୍ତି ସେମାନଙ୍କୁ କେବଳ ୪ ବର୍ଷିଆ ଗ୍ରାଜୁଏସନ କୋର୍ସ କରିବାକୁ ପଡିବ । ଏହାପରେ ସେମାନେ ସିଧାସଳଖ ପିଏଚଡି ପାଇଁ ଆଡମିଶନ କରିପାରିବେ ।

ବୁଧବାର ଦିନ ଜଗଦୀଶ କୁମାର ୪ ବର୍ଷିୟା ଗ୍ରାଜୁଏସନ କୋର୍ସ ଉପରେ ଆଲୋଚନା କରିବାକୁ ଯାଇ ଏହାର ଫାଇଦା କହିଛନ୍ତି । ଏନେଇ ସେ କହିଛନ୍ତି କି ପିଏଚଡି କରିବା ପାଇଁ ଆଉ ଛାତ୍ରା ଛାତ୍ରୀମାନଙ୍କୁ ମାଷ୍ଟର କୋର୍ସ କରିବାକୁ ପଡିବ ନାହିଁ । ଏହାସହ ଯେପର୍ଯ୍ୟନ୍ତ ୪ ବର୍ଷିୟା ଗ୍ରାଜୁଏସନ କୋର୍ସ ସମ୍ପୂର୍ଣ୍ଣ ଭାବେ ଆରମ୍ଭ ହୋଇ ନାହିଁ ସେପର୍ଯ୍ୟନ୍ତ ୩ ବର୍ଷିୟା ଗ୍ରାଜୁଏସନ କୋର୍ସ ଚାଲୁ ରହିବ ।

ସେ ଆହୁରି କହିଛନ୍ତି କି, ଏବେ ଛାତ୍ରମାନେ ସେମାନଙ୍କ ବିଶ୍ୱ ବିଦ୍ୟାଳୟ ନିକଟରେ ୩ ବର୍ଷିୟା କିମ୍ବା ୪ ବର୍ଷିୟା ଗ୍ରାଜୁଏସନ କୋର୍ସ ଚୟନ କରିବାର ବିକଳ୍ପ ରହିଛି ।