ଏକା ସାଙ୍ଗରେ ମା’ଓ ଝିଅଙ୍କୁ ମିଳିଲା ସଫଳତା, ଶାରିରୀକ ପରୀକ୍ଷାରେ ପାସ କରି ସବ୍-ଇନସ୍ପେକ୍ଟର ଭାବେ ପାଇଲେ ନିଯୁକ୍ତି

456

କନକ ବ୍ୟୁରୋ : ମଣିଷରେ ଇଚ୍ଛା ଓ ପ୍ରଚେଷ୍ଠା ଆଗରେ ସବୁକିଛି ହାର ମାନିଥାଏ । ମଣିଷର ନିଷ୍ଠା ରହିଲେ ତା ପାଇଁ କୌଣସି କାର୍ଯ୍ୟ ବା ସ୍ୱପ୍ନ ହାସଲ କରିବାରେ ବୟସ ବାଧକ ସାଜିପାରେ ନାହିଁ  । ଏହା କରି ଦେଖାଇଛନ୍ତି ହାଇଦ୍ରାବାଦର ଜଣେ ମା ଓ ତାଙ୍କ ଝିଅ । ଉଭୟ ମା ଓ ଝିଅ ପୋଲିସରେ ନିଯୁକ୍ତି ପାଇବାକୁ ଶାରିରୀକ ପରୀକ୍ଷା ଦେଇଥିଲେ । ଏବେ ସେମାନେ ଏହି ପରୀକ୍ଷାରେ ପାସ୍ କରି ସବ୍ ଇନସ୍ପେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି ।

ସୂଚନା ମୁତାବକ ହାଇଦ୍ରାବାଦର ଖମ୍ମମ ଅଞ୍ଚଳରେ ରହୁଥିବା ୩୮ ବର୍ଷିୟା ଥୋଲା ନାଗମଣୀ ଓ ତାଙ୍କ ୨୧ ବର୍ଷିୟା ଝିଅ ଥୋଲା ତ୍ରିଲୋକିନୀ କିଛିଦିନ ତଳେ ପୋଲିସରେ ଭର୍ତ୍ତି ହେବାକୁ ଶାରିରୀକ ପରୀକ୍ଷା ଦେଇଥିଲେ । ହେଲେ ସୌଭାଗ୍ୟବସତଃ ଉଭୟ ଶାରିରୀକ ପରୀକ୍ଷାରେ ପାସ୍ କରି ସବ୍ ଇନସ୍ପେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି ।

ନିଯୁକ୍ତିପତ୍ର ପାଇବା ପରେ ମା ଥୋଲା ନାଗମଣୀ କହିଛନ୍ତି କି, ଏହା ଗର୍ବର ବିଷୟ କି, ଆମ ଉଭୟ ମା ଓ ଝିଅଙ୍କୁ ପୋଲିସରେ ନିଯୁକ୍ତି ମିଳିଛି । ଏବେ ଆମେ ଦୁଇଜଣ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରିବୁ ।