ଆଗାମୀ ଦୁଇ ଦିନରେ ଓଡିଶା ଛୁଇଁବ ମୌସୁମୀ ! ତାତିରୁ ମିଳିବ ଆଶ୍ୱସ୍ତି

1,109

କନକ ବ୍ୟୁରୋ : ଏଣିକି ତାତିରୁ ମିଳିବ ମୁକ୍ତି । ରାଜ୍ୟରେ ଭିଷଣ ଗ୍ରୀଷ୍ମ ପ୍ରବାହ କାରଣରୁ ଲୋକେ ହନ୍ତସନ୍ତ ହୋଇଗଲେଣି । ସକାଳ ହେଉ ହେଉ ଗୁଳୁଗୁଳି ସାଙ୍ଗକୁ ଭିଷଣ ଖରା ଅତିଷ୍ଟ କରିସାରିଲାଣି । ତେବେ ଆଉ ୨ଦିନ ପରେ ଏହି ତାତିରୁ ମୁକ୍ତି ମିଳବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଆଧାରରେ, ଆଗାମୀ ଦୁଇ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ ! ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି । ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ଆଗାମୀ ଦୁଇ ଦିନ ଭିତରେ ଆହୁରି କମିବ ରାଜ୍ୟର ତାପମାତ୍ରା । ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଇଛି । ତାପମାତ୍ର ଆଗ ଅପେକ୍ଷା କମିଛି । ଗତ ଦୁଇ ଦିନର କିଛି ଜିଲ୍ଲାରେ ବର୍ଷର ପରିମାଣ ବୃଦ୍ଧି ପାଇଛି ଏବଂ ଆଗାମୀ ଦୁଇ ଦିନରେ ଏହା ଆହୁରି ବୃଦ୍ଧି ପାଇବ। କୋରାପୁଟ, ନବରଙ୍ଗପୁର, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବର୍ଷର ମାତ୍ର ଅଧିକ ରହିବ। କୋରାପୁଟ ଆଉ ନବରଙ୍ଗପୁରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ନବରଙ୍ଗପୁରରେ ୭୪ ମିମି ବର୍ଷା ରେକର୍ଡ କରାଯାଇଛି । ହିଟ ୱେଭ ପାଇଁ କୌଣସି ସୂଚନା ନାହିଁ । ୨୨ ତାରିଖ ଠାରୁ ପ୍ରାୟ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ ଏବଂ ୨୩ ଏବଂ ୨୪ ରେ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଅନୁମାନ କରାଯାଉଛି ଯେମିତିକି ୭ସେମିରୁ ୨୦ ସେମି ପର୍ୟ୍ୟନ୍ତ ରହିବ। ସକାଳ ୮:୩୦ ସୁଦ୍ଧା ୮୩ ପ୍ରତିଶତ ଆଦ୍ରତା ରହିଥିଲା । ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ୪୦ ପ୍ରତିଶତ ତାପମାତ୍ରା ରହିବ କିନ୍ତୁ ହିଟ୍ ୱେଭ ସ୍ଥିତି ରହିବ ନାହିଁ । ଆଶା କରାଯାଉଛି ଯେହେତୁ ବର୍ଷାର ପରିମାଣ ବୃଦ୍ଧି ପାଇବ ତେଣୁ ଆଗାମୀ ଦୁଇ ଦିନରେ ତାପମାତ୍ରା ଆହୁରି କମିବ ।