ମୋ ବସ ଓ କାର ମଧ୍ୟରେ ଦୁର୍ଘଟଣା : ଥାନାରେ ପହଞ୍ଚିଲା ମାମଲା; ଗାଡି ଚାଳକଙ୍କୁ ପୋଲିସର ପଚରାଉଚରା

283

କନକ ବ୍ୟୁରୋ : ଭୁବନେଶ୍ୱରରେ ବସ ଦୁର୍ଘଟଣା । ଥାନାରେ ପହଞ୍ଚିଲା ମାମଲା । ଭୁବନେଶ୍ୱର ଖାରବେଳ ନଗର ଥାନା ସାମ୍ନାରେ ମୋ ବସ ଓ ଗୋଟିଏ କାର ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ବେଳେ ଗାଡି ଧକ୍କାରେ ଚାରି ଚକିଆ ଗାଡିର ବମ୍ଫର ଭାଙ୍ଗି ଯାଇଛି । ଦୁର୍ଘଟଣା ପରେ ଚାରି ଚକିଆ ଗାଡି ଚାଳକ ଓ ମୋ ବସ ଡ୍ରାଇଭର ମଧ୍ୟରେ ଯୁକ୍ତି ହୋଇଥିଲା ।

ମୋ ବସ କର୍ତ୍ତୃପକ୍ଷ ସେହି ସ୍ଥାନରେ ପହଞ୍ଚି ପରବର୍ତ୍ତୀ ବସରେ ଯାତ୍ରୀଙ୍କୁ ପଠାଇବାର ବ୍ୟବସ୍ଥା କରାଇଥିଲେ । କିନ୍ତୁ ଉଭୟ ଗାଡିର ଚାଳକଙ୍କ ଭିତରେ ଯୁକ୍ତି ତର୍କ ଲାଗି ରହିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିଲା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଦୁର୍ଘଟଣା ପାଇଁ ଉଭୟ ପରସ୍ପରକୁ ଦାୟୀ କରୁଥିବାବେଳେ ଉଭୟ ଗାଡି ଚାଳକଙ୍କୁ ଥାନାରେ ଅଧିକ ପଚରାଉଚରା କରୁଛି ପୋଲିସ ।