ସୂର୍ଯ୍ୟ ଅଭିମୁଖେ ଆଉ ପାଦେ ଆଗେଇଲା ସୂର୍ଯ୍ୟଯାନ : ଦ୍ୱିତୀୟ ଥର କକ୍ଷପଥ ପରିବର୍ତ୍ତନ କଲା ‘ଆଦିତ୍ୟ ଏଲ୍-୧’

101

କନକ ବ୍ୟୁରୋ : ଭାରତର ପ୍ରଥମ ସୂର୍ଯ୍ୟଯାନ ଆଜି ଦ୍ୱିତୀୟ ଥର ପାଇଁ କକ୍ଷ ପରିବର୍ତନ କରିଛି । ବିଳମ୍ବିତ ରାତି ୨ଟା ୪୫ ମିନିଟରେ ଦ୍ୱିତୀୟ ଥର କକ୍ଷପଥ ପରିବର୍ତ୍ତନ କରିଛି ଆଦିତ୍ୟ-ଏଲ୍-୧ । ଟୁଇଟ୍ କରି ଇସ୍ରୋ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥିସହ ଇସ୍ରୋ କହିଛି, ଆଦିତ୍ୟ ଯାନ ଠିକ୍ ଭାବେ କାମ କରୁଛି । ଏବେ ଆଦିତ୍ୟ ଏଲ-୧ ୨୨୮ କିଲୋମିଟ ବାଇ ୪୦ ହଜାର ୨୨୫ କିଲୋମିଟର କକ୍ଷପଥରେ ପହଞ୍ଚିଛି ।

ପୃଥିବୀର କକ୍ଷପଥରେ ଆସନ୍ତା ୧୮ ତାରିଖ ଯାଏଁ ଘୂରିବ ଆଦିତ୍ୟ-ଏଲ୍-୧ । ସୂର୍ଯ୍ୟଯାନର ପରବର୍ତ୍ତୀ କକ୍ଷପଥ ପରିବର୍ତନ ଆସନ୍ତା ୧୦ ତାରିଖ ରାତି ସାଢେ ୨ଟାରେ କରିବାକୁ ଧାର୍ଯ୍ୟ ହୋଇଛି । ରବିବାର ପ୍ରଥମ କକ୍ଷ ପରିବର୍ତ୍ତନ ପରେ ଆଜି ଦ୍ୱିତୀୟ ଥର କକ୍ଷ ପରିବର୍ତନ କରିଛି ଆଦିତ୍ୟ ଏଲୱାନ । ପୃଥିବୀ ଚାରିପଟେ ସୂର୍ଯ୍ୟ ଯାନର କକ୍ଷ ପରିବର୍ତ୍ତନ ଏଇଥିପାଇଁ କରାଯାଉଛି, ଯାହାଦ୍ୱାରା ସୂର୍ଯ୍ୟ ଅଭିମୁଖେ ବଡ ଲମ୍ଫ ମାରିବାକୁ ଆଦିତା ଏଲ-ୱାନକୁ ଗତି ମିଳିବ ।

ଫଳରେ ମହାକାଶରେ ୧୫ ଲକ୍ଷ କିଲୋମିଟର ଯାତ୍ରା କରି ସୂର୍ଯ୍ୟ ଯାନ ନିର୍ଦ୍ଧାରିତ ହଲୋ ଅରବିଟରରେ ପହଞ୍ଚିପାରିବ । ଆଦିତ୍ୟ ଏଲ-ୱାନକୁ ଗତ ଶନିବାର ଶ୍ରୀହରିକୋଟାର ସତୀଶ ଧୱନ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା । ୬୩ ମିନିଟର ପ୍ରକ୍ରିୟା ପରେ କକ୍ଷପଥରେ ସ୍ଥାପିତ ହୋଇଥିଲା ଆଦିତ୍ୟ ଯାନ । ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବାକୁ ମୋଟ ୧୨୫ ଦିନ ସମୟ ନେବ ଆଦିତ୍ୟ । ଏହାପରେ ସେଠାରେ ରହି ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ୫ ବର୍ଷ ପାଇଁ କାର୍ଯ୍ୟ କରିବ ଆଦିତ୍ୟ ଯାନ ।

କକ୍ଷପଥ ବଦଳାଇଲା ଆଦିତ୍ୟ ଏଲ-୧

ସୂର୍ଯ୍ୟ ଅଭିମୁଖେ ଆଉ ପାଦେ ଆଗେଇଲା ଆଦିତ୍ୟ- ଏଲ୧
ମଙ୍ଗଳବାର ଦ୍ୱିତୀୟ ଥର କରିଛି କକ୍ଷ ପରିବର୍ତ୍ତନ
ରାତି ୨ଟା୪୫ରେ ସଫଳତାର ସହ କକ୍ଷ ପରିବର୍ତ୍ତନ କରିଛି
ସର୍ବାଧିକ ୪୦,୨୨୫ କିମି, ସର୍ବନିମ୍ନ ୨୨୮କିମି କକ୍ଷ ପଥରେ ସୂର୍ଯ୍ୟଯାନ
ଆସନ୍ତା ୧୦ ତାରିଖରେ ତୃତୀୟ ଥର କକ୍ଷ ପଥ ପରିବର୍ତ୍ତନ କରିବ
ବାରମ୍ବାର କକ୍ଷ ପରିବର୍ତ୍ତନ ଯୋଗୁଁ ୧୫ଲକ୍ଷ କିମି ଯାତ୍ରା ପାଇଁ ଗତି ମିଳିବ
ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଲାଗିବ ୧୨୭ ଦିନ
୧୫ ଲକ୍ଷ କିମି ଯାତ୍ରା କରି ହଲୋ ଅରବିଟରେ ଅବସ୍ଥାପିତ ହେବ
ହଲୋ ଅରବିଟରେ ସବୁ ପେ-ଲୋଡସ ସକ୍ରିୟ ହେବ
ସୂର୍ଯ୍ୟ ଯାନର ସବୁ ଯନ୍ତ୍ର ସକ୍ରିୟ ପରେ ସୂର୍ଯ୍ୟଙ୍କୁ ଅନୁଧ୍ୟାନ କରିବ
ସୂର୍ଯ୍ୟର ଆଉ ଟିକେ ନିକଟରୁ ଇସ୍ରୋକୁ ତଥ୍ୟ ପଠାଇବ ଆଦିତ୍ୟ-ଏଲ୧
୫ ବର୍ଷ ପାଇଁ କାମ କରିବ ଆଦିତ୍ୟ- ଏଲ୧
ସବୁ ଠିକଠାକ ରହିଲେ ଏହାର କାର୍ଯ୍ୟକ୍ଷମତା ୧୦ବର୍ଷ ଯାଏଁ ବଢିପାରିବ