ନ୍ୟାୟ ପାଇଁ ଥାନାକୁ ଯାଇଥିବା ମହିଳାଙ୍କୁ ଗଣଦୁଷ୍କର୍ମ କଲେ ପୁଲିସକର୍ମୀଙ୍କ ସମ୍ପର୍କୀୟ । ପରେ ଦଲାଲକୁ ବିକିଦେଲେ

654

କନକ ବ୍ୟୁରୋ: ସବୁବେଳେ ମାରପିଟ କରୁଥିବା ସ୍ୱାମୀ ବିରୋଧରେ ଅଭିଯୋଗ ନେଇ ଥାନାକୁ ନ୍ୟାୟ ପାଇଁ ଯାଇଥିଲେ ମହିଳା । ହେଲେ ସେଠି ତାଙ୍କ ସହ ଯାହା ହେଲା ତାହା ଜାଣିଲେ ଲୋମ ଟାଙ୍କୁରୀ ଉଠିବ । ଏଭଳି ଘଟଣା ଘଟିଛି ହରିୟାଣା ପଲବଲ ଅଞ୍ଚଳରେ ।

ସୂଚନା ମୁତାବକ, ଜୁଲାଇ ୨୩ ତାରିଖରେ ପୀଡିତା ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ନେଇ ହସନପୁର ପୁଲିସ ଷ୍ଟେସନ ଯାଇଥିଲେ । ସେଠାରେ ତାଙ୍କର ଭେଟ ସବଇନ୍ସପେକ୍ଟର ଶିବ ଚରଣଙ୍କ ସହ ହୋଇଥିଲା । ମହିଳାଙ୍କ ଅଭିଯୋଗ ଶୁଣିବା ପରେ ମାମଲା ଦାଏର କରିବା ବଦଳରେ ସବଇନ୍ସପେକ୍ଟର ମହିଳାଙ୍କୁ ତାଙ୍କର ଜଣେ ସାଙ୍ଗ ସହ ଅନ୍ୟ ସ୍ଥାନକୁ ଯିବାକୁ ବାଧ୍ୟ କରିଥିଲେ । ଯେଉଁଠାରେ ସବଇନ୍ସପେକ୍ଟରଙ୍କ ୩ଜଣ ସାଙ୍ଗ ଥିଲେ । ସେଠାରେ ସେମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ସେଠାରୁ ନେଇଯାଇ ଜଣେ ମହିଳାଙ୍କ ଘରେ ଲଗାତାର ୩ ଦିନ ଯାଏଁ ରଖି ଗଣଦୁଷ୍କର୍ମ କରିଥିଲେ । ଏତିକିରେ କଥା ସରିନଥିଲା । ପରେ ମହିଳାଙ୍କୁ ଆଉ ଜଣେ ଦଲାଲକୁ ବିକିଦେଇଥିଲେ । ସେଠାରେ ଦଲାଲ ଓ ତାର ଜଣେ ସମ୍ପର୍କୀୟ ମିଶି ଖୋଦ ଇନ୍ସିପେକ୍ଟରଙ୍କ ଉପସ୍ଥିତିରେ ବଳାକ୍ରାର କରିଥିଲେ ।

ହେଲେ ସେଠାରେ ଜଣେ ଅଭିଯୁକ୍ତ ନିଜ ଫୋନ ଛାଡିଯାଇଥିବା ସମୟରେ ମହିଳା ଜଣକ ସେଥିରୁ ଦେୟ ମୁକ୍ତ ନମ୍ବରରେ ପୁଲିସକୁ ଫୋନ କରିଥିଲେ । ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହ ଜଣକୁ ଗିରଫ କରିଥିବାବେଳେ ହସନପୁର ଇନ୍ସପେକ୍ଟର ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାଏର କରି ଯାଞ୍ଚ ଆରମ୍ଭ କରିଛି ।