୨୦୨୪ରେ ପୁଣି ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ! ଚର୍ଚ୍ଚାରେ ଇଣ୍ଡିଆ ଟିଭି- ସିଏନଏକ୍ସ ପୋଲ୍ ସର୍ଭେ ରିପୋର୍ଟ ।

5,394

କନକ ବ୍ୟୁରୋ: ୨୦୨୪ରେ ପୁଣି ସରକାର ଗଢ଼ିପାରେ ଏନଡିଏ । ପ୍ରଧାନମନ୍ତ୍ରୀ ହୋଇପାରନ୍ତି ନରେନ୍ଦ୍ର ମୋଦୀ । ସମ୍ପୂର୍ଣ୍ଣ ବହୁମତ ସହ ଆଗାମୀ ସାଧାରଣ ନିର୍ବାଚନରେ ସରକାର ଗଢ଼ିପାରିବେ ବୋଲି ଆକଳନ କରିଛି ଇଣ୍ଡିଆ ଟିଭି- ସିଏନଏକ୍ସ ପୋଲ୍ ସର୍ଭେ ।

ଆଜିର ଦିନରେ ଯଦି ନିର୍ବାଚନ ହୁଏ, ମୋଦୀଙ୍କ ନେତୃତ୍ୱରେ ଏନଡିଏ ୩୧୮ ଆସନ ପାଇପାରେ । ସେହିପରି ବିରୋଧୀ ମେଣ୍ଟ ଇଣ୍ଡିଆକୁ ମାତ୍ର ୧୭୫ଟି ଆସନ ମିଳିପାରେ ବୋଲି ଏହି ସର୍ଭେ ଆକଳନ କରିଛି । ଏସବୁ ଭିତରେ ଅନ୍ୟାନ୍ୟ ଆଂଚଳିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ଲୋକସଭା ନିର୍ବାଚନରେ ୫୦ଟି ଆସନ ମିଳିପାରେ । ଭାରତୀୟ ଜନତା ପାର୍ଟିର ଆସନ ୩୦୩ରୁ ୨୯୦କୁ ଖସିଆସିବାର ଆକଳନ କରାଯାଇଛି । ଏପଟେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଆସନ ବଢ଼ି ୬୬ରେ ପହଞ୍ଚିପାରେ ।

ଗତ ନିର୍ବାଚନରେ କଂଗ୍ରେସ ଦଳକୁ ମିଳିଥିଲା ମାତ୍ର ୫୨ ଆସନ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ତୃତୀୟ ସର୍ବବୃହତ ଦଳ ଭାବେ ଉଭା ହୋଇପାରେ ବୋଲି ଆକଳନ କରିଛି । ୨୯ଟି ଆସନ ଅଧିକ ଜିତି ୨୨ଟି ଲୋକସଭା ଜିତିବାର ଆକଳନ କରାଯାଇଛି । ଏସବୁ ଭିତରେ ବିଜୁ ଜନତା ଦଳକୁ ୧୩ଟି ଲୋକସଭା ଆସନ ମିଳିବ ବୋଲି ଏହି ସର୍ଭେ ଆଳକନ କରିଛି । ଗତ ଲୋକସଭା ନିର୍ବାଚନରେ ବିଜେଡିକୁ ମିଳିଥିଲା ୧୨ଟି ଲୋକସଭା ଆସନ ।