ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ଓଏସଏସସି ପରିଚାଳିତ ୟୁଏଲବି ଆକାଉଣ୍ଟାଣ୍ଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ଉତ୍ତେଜନା ।

682

କନକ ବ୍ୟୁରୋ: ପୁଣି ଓଏସଏସସି ଦ୍ୱାରା ପରିଚାଳିତ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ଅର୍ବାନ ଲୋକାଲ ବଡି ବା ୟୁଏଲବି ଆକାଉଟାଣ୍ଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗରେ ପରୀକ୍ଷାର୍ଥୀ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ତେବେ ଘଟଣାସ୍ଥଳରେ ପୋଲିସ ପହଂଚି ପରୀକ୍ଷାର୍ଥୀଙ୍କୁ ବୁଝାସୁଝା କରିଛି । ନିକଟରେ ଓଏସଏସସିର ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକକୁ ନେଇ ବିବାଦ ଚାଲିଛି । ଏହି ସମୟରେ ପୁଣିଥରେ ପରୀକ୍ଷାର୍ଥୀ ଓଏସଏସସି ଦ୍ୱାରା ପରିଚାଳିତ ୟୁଏଲବି ଆକାଉଂଟାଂଟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ ଆଣିଛନ୍ତି ।