ସିବିଆଇ ପରେ ଇଡିର ଟାର୍ଗେଟରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ସମ୍ପର୍କୀୟ ।ଲ୍ୟାଣ୍ଡ ଫର ଜବ ସ୍କାମରେ ୨୦ ଠିକଣା ଉପରେ ପ୍ରବର୍ତନ ନିର୍ଦ୍ଦେଶାଳୟରେ ଚଢ଼ାଉ

84

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଲ୍ୟାଣ୍ଡ ଫର ଜବ୍ ସ୍କାମ ମାମଲାକୁ ନେଇ ଉଠୁଛି ପଡୁଛି ବିହାର । କିଛିଦିନ ପୂର୍ବରୁ ମାମଲାକୁ ନେଇ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଓ ଲାଲୁ ପ୍ରସାଦ ଯାଦବଙ୍କ ଘରେ ସିିବିଆଇ ଚଢ଼ାଉ କରିବା ସହ ଉଭୟଙ୍କୁ ଜେରା କରିଥିଲା ଆଉ ଏବେ ଏଥିରେ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡିର ଏଣ୍ଟ୍ରି ହୋଇଛି । ସୂଚନା ଅନୁୁସାରେ ଦିଲ୍ଲୀ, ମୁମ୍ବାଇ, ହରିଆଣା, ଉତରପ୍ରଦେଶ, ବିହାରର ମୋଟ ୨୦ଟି ଠିକଣା ଉପରେ ଚଢ଼ାଉ କରିଛି ଇଡି । ଏହି ଚଢ଼ାଉ ମୁଖ୍ୟତଃ ଲାଲୁ ଓ ରାବ୍ରୀଙ୍କ ସର୍ମ୍ପକୀୟ, ନିକଟତମ ସହଯୋଗୀ, ଆରଜେଡିର କିଛି ବରିଷ୍ଠ ନେତାଙ୍କ ଠିକଣା ଉପରେ କରାଯାଇଛି । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦ, ଲାଲୁଙ୍କ ୩ଜଣ ଝିଅ ଚନ୍ଦା, ରାଗଣୀ, ହେମା, ଆରଜେଡି ବିଧାୟକ ଅବୁ ଦୋଜା ଠିକଣାକୁ ମଧ୍ୟ ଟାର୍ଗେଟ କରିଛି ଇଡି ।

ଲ୍ୟାଣ୍ଡ ଫର ଜବ ସ୍କାମକୁ ନେଇ ୨୦୨୨ ମସିହାରେ ପ୍ରଥମ ମାମଲା ରୁଜୁ ହୋଇଥିଲା । ଲାଲୁଙ୍କ ନିଟତମ ସହଯୋଗୀ ଭୋଳା ଯାଦବ ମାମଲାରେ ଗିରଫ ହୋଇଥିଲେ । ଜେରା ସମୟରେ ଭୋଳା ସିବିଆଇ ସମ୍ମୁଖରେ ଲାଲୁ ଓ ତାଙ୍କ ସମ୍ପର୍କୀୟ ଓ ବନ୍ଧୁଙ୍କୁ ନାଁ ଉଠାଇଥିଲେ ।

୨୦୦୯ରୁ ୧୪ ମଧ୍ୟରେ ଲାଲୁ ପ୍ରସାଦ ଯାଦବ ବିହାରର ରେଳମନ୍ତ୍ରୀ ଥିବା ସମୟରେ ଲ୍ୟାଣ୍ଡ ଫରଜବ ସ୍କାମ ମାମଲା ଉଠିଥିଲା । ୨୦୨୨ରେ ସିବିଆଇର ଏଣ୍ଟ୍ରି ହେବା ପରେ ଜଣଙ୍କ ପରେ ଜଣେ ଆରଜେଡି ନେତା ଓ ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ନାଁ ମାମଲା ଭିତରୁ ଟାଣି ହୋଇଥିଲା । ମାର୍ଚ୍ଚ ୧୪ରେ ମାମଲାକୁ ନେଇ ମୋଟ ୧୪ଜଣଙ୍କୁ ଜେରା କରିଥିଲା ସିବିଆଇ । ଯେଉଁଥିରେ ଲାଲୁ ଓ ରାବ୍ରୀ ମଧ୍ୟ ଥିଲେ ।