ଭୟ ବଢାଇଲା ଏଚଥ୍ରିଏନଟୁ ଭାଇରସ । କର୍ଣ୍ଣାଟକ ଓ ହରିଆଣାର ଦୁଇ ସଂକ୍ରମିତଙ୍କ ମୃତ୍ୟୁ

307

କନକ ବ୍ୟୁରୋ : କରୋନା ପରେ ଏଚ୩ଏନ୨ ଭାଇରସକୁ ନେଇ ଲୋକଙ୍କ ମନରେ ଛନକା ପଶିଥିବା ଥିବା ବେଳେ ଏହି ଭୂତାଣୁରେ ସଂକ୍ରମିତ ହୋଇ ଦେଶରେ ପ୍ରଥମ ମୃତ୍ୟୁ ହୋଇଛି । କର୍ଣ୍ଣାଟକର ହାସନ ଜିଲ୍ଲାରେ ଜଣେ ୮୭ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଗତ ଫେବ୍ରୁଆରୀ ୨୪ ତାରିଖରେ ସେ ହସ୍ପିଟାଲରେ ଭର୍ତି ହୋଇଥିବା ବେଳେ ମାର୍ଚ୍ଚ ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ଜ୍ୱର, ଥଣ୍ଡାରେ ଆକ୍ରାନ୍ତ ହୋଇଥିବା ବେଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏଥିସହ ଉଚ୍ଚ ରକ୍ତଚାପ, ଶ୍ୱାସ ରୋଗ, କିଡନୀ ରୋଗରେ ମଧ୍ୟ ପୀଡିତ ଥିଲେ । ତେବେ ଏହି ଭାଇରସରେ ସଂକ୍ରମିତ ହୋଇ ହରିଆଣାରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

‘ଏଚ୩ଏନ୍୨’ ଲକ୍ଷଣ କ’ଣ?

  • ଥଣ୍ଡା, କାଶ, ଗଳାରେ କଫ ଜମିବା ସହ ଦେହ ଦରଜ ହୁଏ
  • ମୁଣ୍ଡ ବିନ୍ଧା, ଅତ୍ୟଧିକ ଜ୍ୱର, ଗଳାରେ ସଂକ୍ରମଣ ହୋଇଥାଏ
  • ଜ୍ୱର ହେଲେ ୨ରୁ ୩ ଦିନ ପର୍ଯ୍ୟନ୍ତ ରୁହେ
  • ଡାଏରିଆ, ବାନ୍ତି ହେବା ସହ ଦୁର୍ବଳ ହୋଇଥାଏ ରୋଗୀ
  • ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥାଏ
  • ଦୀର୍ଘଦିନ ଧରି କାଶ ହୋଇଥାଏ

କେମିତି ବ୍ୟାପେ ଏଚ୩ଏନ୍୨ ଭାଇରସ ?

  • ଋତୁ ପରିବର୍ତନ ଯୋଗୁ ଏହି ଭୂତାଣୁ ସକ୍ରିୟ ହୋଇଥାଏ
  • ଥଣ୍ଡା ପାଗରୁ ହଠାତ୍ ଗରମ ପାଗକୁ ପରିବର୍ତ୍ତନ ଯୋଗୁ ଏହି ଭୂତାଣୁୁ ସୃଷ୍ଟି ହୋଇଥାଏ
  • ବାୟୁ ପ୍ରଦୂଷଣ ମଧ୍ୟ ଏହାର ଅନ୍ୟତମ କାରଣ
  • ଜଣେ ଆକ୍ରାନ୍ତଙ୍କ ଠାରୁ ଏହା ଅନ୍ୟ ଜଣଙ୍କୁ ବ୍ୟାପିଥାଏ
  • ଛୋଟ ପିଲା ଏବଂ ୬୫ରୁ ଅଧିକ ବୟସ୍କ ବ୍ୟକ୍ତି ଅଧିକ ପ୍ରଭାବିତ ହୋଇଥାନ୍ତି
  • ଗର୍ଭବତୀ ମହିଳା ଏବଂ ଶାରୀରିକ ଅସୁସ୍ଥ ଲୋକ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି

ଏଚ୩ଏନ୍୨ ଭାଇରସର ପ୍ରତିକାର କ’ଣ?

  • ଓକ୍ସିମିଟର ଦ୍ୱାରା ଶରୀରରେ ଅମ୍ଳଯାନ ପରିମାଣ ବାରମ୍ବାର ମାପିବା
  • ୯୫%ରୁ କମ ଅମ୍ଳଯାନ ଥିଲେ ଡାକ୍ତରଙ୍କ ପରାମର୍ଶ ନେବା
  • ଅଧିକ ବିଶ୍ରାମ ନେବା ଆବଶ୍ୟକ
  • ଯଥେଷ୍ଟ ପାଣି ପିଇବା ଆବଶ୍ୟକ
  • ମାସ୍କ ପିନ୍ଧିବା ସହ ଜନଗହଳି ସ୍ଥାନକୁ ନଯିବା
  • ବରମ୍ବାର ହାତ ଧୋଇବା ଆବଶ୍ୟକ