ସ୍କୁବା ଡ୍ରାଇଭର ସବୀର ବକ୍ସଙ୍କୁ ସମ୍ବର୍ଦ୍ଧନା। ପାରାଦୀପରେ ସମ୍ବର୍ଦ୍ଧିତ କଲା ଆମ ପାରାଦୀପ ଆମ ପ୍ରଗତି ଅନୁଷ୍ଠାନ। 

71

କନକ ବ୍ୟୁରୋ: ଓଡିଶାର ସ୍କୁବା ଡ୍ରାଇଭର ସବୀର ବକ୍ସଙ୍କୁ ନେହେରୁ ବଙ୍ଗଳା ସମୁଦ୍ର କୂଳରେ ସମ୍ବର୍ଦ୍ଧିତ କରିଛନ୍ତି ଆମ ପାରାଦୀପ ଆମ ପ୍ରଗତିର ପ୍ରତିଷ୍ଠାତା ବାପି ସାର୍ଖେଲ । ଜାତୀୟସ୍ତରରେ ଏକ ୱିଣ୍ଡ ସର୍ଫି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଥିବା ପ୍ରତିଯୋଗୀମାନଙ୍କୁ ପାରାଦୀପ ନେହେରୁ ବଙ୍ଗଳା ସମୁଦ୍ର କୂଳରେ ପ୍ରଶିକ୍ଷଣ ଦେଉଥିବା ସବୀର ବକ୍ସଙ୍କୁ ସମେତ ସମସ୍ତ ପ୍ରଶିକ୍ଷଣ ନେଉଥିବା ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାର ଆଗ୍ରହୀ ଥିବା ଯୁବକମାନଙ୍କୁ ପ୍ରଶିକ୍ଷଣ ଦେବାକୁ ସବୀର ବକ୍ସଙ୍କୁ ଅନୁରୋଧ କରିଛନ୍ତି ବାପି ସାର୍ଖେଲ । ଯାହାକୁ ସବୀର ବକ୍ସ ସମ୍ମତି ପ୍ରଦାନ କରିବା ସହିତ ଆଗାମୀ ଦିନରେ ପାରାଦୀପ ସହିତ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଇଛୁକ ଯୁବକ, ଯୁବତୀମାନଙ୍କୁ ମୁକ୍ତ ୱିଣ୍ଡ ସର୍ଫି ପ୍ରଶିକ୍ଷଣ ଦବାକୁ ସହମତି ପ୍ରକାଶ କରିଛନ୍ତି ।