୫ଜି ବଦଳାଇଦେବ ଜୀବନ? କମ ସମୟରେ ହୋଇପାରିବ ଅନେକ କଠିନ କାମ !

184

କନକ ବ୍ୟୁରୋ: ୧ ଅକ୍ଟୋବରରେ ଦେଶକୁ ଆସିଛି ୫ଜି । ୫ଜି ଆସିବା ପୂର୍ବରୁ ବିଶେଷଜ୍ଞ ଏହାର କାର୍ଯ୍ୟକାରିତାକୁ ନେଇ ଅନେକ କଳ୍ପନା ଜଳ୍ପନା କରୁଥିଲେ, ୫ଜି ଆସିବା ପରେ ସେହି ଆଶା ପୂରଣ ହେବାକୁ ଯାଉଛି । ପଂଚମ ପିଢ଼ିର ମୋବାଇଲ୍ ନେଟ୍ୱର୍କର ଶକ୍ତି ୪ଜି ଠାରୁ ଅଧିକ ହୋଇଥିବାରୁ ଏହାର ଡାଟା ସ୍ପିଡ୍ ଏକ ବିଂଶ ଶତାବ୍ଦିର ଶକ୍ତି ସାଜିବ । ବିଶେଷଜ୍ଞଙ୍କ କହିବା ଅନୁସାରେ ସ୍ୱାସ୍ଥ୍ୟ ସେବା, ଗୃହ ନିର୍ମାଣ ଭଳି କାର୍ଯ୍ୟକୁ ମଧ୍ୟ ଅତି ସହଜ କରିଦେବ ୫ଜି ।

ପିିଟୁସି-ସ୍ୱାସ୍ଥ୍ୟସେବାକୁ ସହଜ କରିବା ପାଇଁ ଅନେକ ଟେକ୍ନୋଲୋଜିକୁ ୫ଜି ମାଧ୍ୟମରେ ବ୍ୟବହାର କରାଯାଇପାରିବ । ଅଲଟ୍ରାସାଉଣ୍ଡ, ଏମଆରଆଇ ଦ୍ୱାରା ଶରୀରର ବିଭିନ୍ନ ଅଂଶକୁ ଆହୁରି ସ୍ପଷ୍ଟତାର ସହ ଦେଖିବାରେ ୫ଜିକୁ ବ୍ୟବହାର କରାଯିବ ।

୫ଜି ଆସିବା ପରେ ୫ଜି ସଂଯୁକ୍ତ ଆମ୍ବୁଲାନ୍ସର କଳ୍ପନା ସତ ହେବାରୁ ଯାଉଛି । ରିଲାଏନ୍ସ ଜିଓ ଦ୍ୱାରା ୧ ଅକ୍ଟୋବରରେ ୫ଜି କନେକଟେଡ୍ ଆମ୍ବୁଲାନ୍ସ ଉପସ୍ଥାପନ କରାଯାଇଛି । ଏହା ଏଭଳି ଏକ ଆମ୍ବୁଲାନ୍ସ ଯାହା ଡାକ୍ତରଖାନାରେ ରୋଗୀ ପହଂଚିବା ପୂର୍ବରୁ ରୋଗୀଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ଡାକ୍ତରଖାନାକୁ ପ୍ରଦାନ କରିବ । ଫଳରେ ରୋଗୀ ପହଂଚିବା ପୂର୍ବରୁ ସବୁ ସରଂଜାମ ପ୍ରସ୍ତୁତ ରଖିବେ ଡାକ୍ତର । ୫ଜି ରୋବୋଟିକ୍ସ ଆର୍ମ ମାଧ୍ୟମରେ ଦୂରରେ ଥାଇ ରେଡିଓଲୋଜିଷ୍ଟ ଓ ସୋନୋଗ୍ରାଫର ଏହାକୁ ବ୍ୟବହାର କରିପାରିବେ । ଏକ୍ସରେ, ଅଲଟ୍ରାସାଉଣ୍ଡ ଦୂରରେ ଥାଇ ମଧ୍ୟ ହୋଇପାରିବ । ଯାହା ୫ଜି ମାଧ୍ୟମରେ କରାଯାଇପାରିବ ।

ସେହିପରି ଯେଉଁ ଘରତିଆରି କରିବାକୁ ବର୍ଷ ବର୍ଷ ସମୟ ଲାଗୁଥିଲା ତାକୁ ୫ଜି ଟେକ୍ନୋଲୋଜି ବ୍ୟବହାର କରି କିଛି ବର୍ଷ ମଧ୍ୟରେ ସମାପ୍ତ କରାଯାଇପାରିବ । ବିଦ୍ୟୁତ ଓ ଚୁମ୍ବକୀୟ ଶକ୍ତିକୁ ୫ଜି ସହ ସଂଯୋଗ କରି ଘରକାମର ସମୟ ଅବଧି କମ କରାଯାଇପାରିବ । ବିଶେଷଜ୍ଞଙ୍କ ମତରେ ଇଲେକ୍ଟ୍ରୋମ୍ୟାଗ୍ନେଟିକ ଇଫେକ୍ଟକୁ ଏଲୟ ବା ମିଶ୍ରଧାତୁରେ ବ୍ୟବହାର କରାଯିବ । ଏଥିପାଇଁ ଇଣ୍ଟରନେଟ୍ର ଡାଟା ସ୍ପିଡ୍ ଦରକାର ଯାହା ୫ଜି ହି ପ୍ରଦାନ କରିପାରିବ । ଏହି ସଂଯୋଗ ଘରର ଫାଉଣ୍ଟେସନକୁ ଶୀଘ୍ର ତିଆରି କରିବାରେ ସାହାଯ୍ୟ କରିବ । କିନ୍ତୁ ଏସବୁ ସେତିକି ବେଳେ ସମ୍ଭବ ହେବ ଯେତେବେଳେ ଭାରତରେ ୫ଜିର ଡାଟା ସ୍ପିଡ୍ ୨୦ ଜିବି ପର୍ ସେକେଣ୍ଡରୁ ହେବ ।