୬ ଦିନ ଧରି ଜଳୁଛି ଖୋର୍ଦ୍ଧା ବଙ୍କାଡ଼ ସରଂକ୍ଷିତ ଜଙ୍ଗଲ । ଗଛପତ୍ର ପୋଡିଯିବା ସହ ଅନେକ ଜୀବଜନ୍ତୁଙ୍କ ଗଲାଣି ଜୀବନ

67

କନକ ବ୍ୟୁରୋ: ଜଳୁଛି ଜଙ୍ଗଲ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବଙ୍କାଡ଼ ସରଂକ୍ଷିତ ଜଙ୍ଗଲ ଜଳୁଛି । ଗତ ୬ ଦିନ ହେଲା ଏହି ଜଙ୍ଗଲ ଜଳୁଥିଲେ ବି ନିଆଁ ଲଭାଇବା ସମ୍ଭବ ହେଉନାହିଁ । ଫଳରେ ବହୁ ଗଛପତ୍ର ପୋଡିଯିବା ସହିତ ଅନେକ ଜୀବଜନ୍ତୁ ନିଆଁ ଆଁରେ ପୋଡି ହୋଇ ପ୍ରାଣ ହରାଇଥିବା ସୂଚନା ରହିଛି ।

ବନବିଭାଗ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ କିଛି ଖଳ ପ୍ରକୃତିର ଲୋକ ଜଙ୍ଗଲରେ ଅଗ୍ନି ସଂଯୋଗ କରିବାରୁ ନିଆଁ ଲିଭୁନାହିଁ । ଏହାଫଳରେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ଗ୍ରାମବାସୀମାନେ ମଧ୍ୟ ବହୁ ହଇରାଣ ହରକତର ସାମ୍ନା କରୁଛନ୍ତି ।