ସାଇବର ଠକେଇର ଶିକାର ହେଲେ ନବ ଦାସଙ୍କ ଝିଅ ଦୀପାଲି । ଅଇଁଠାପାଲି ଥାନାରେ ଏତଲା

1,918

କନକ ବ୍ୟୁରୋ: ସାଇବର ଠକେଇର ଶିକାର ଦୀପାଲି ଦାସ । ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ହେଉଛନ୍ତି ଦୀପାଲି ଦାସ । ମାର୍ଚ୍ଚ ୬ରେ ସେ ସାଇବର ଠକେଇର ଶିକାର ହୋଇଥିବା ଜଣାପଡିଛି । ଏ ନେଇ ସେ ସମ୍ବଲପୁୁର ଅଇଁଠାପଲି ଥାନାରେ ଏତଲା ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି, ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଓଟିପି ଆସିଥିଲା । ହେଲେ ସେ ଉକ୍ତ ଓଟିପିକୁ କାହା ସହ ସେୟାର କରିନଥିଲେ । କିନ୍ତୁ ଦୁଇଟି ପର୍ଯ୍ୟାୟରେ ଆକାଉଣ୍ଟରୁ ପ୍ରଥମେ ଲକ୍ଷେ ପରେ ୫୦ ହଜାର ଟଙ୍କା କଟିଯାଇଥିବା ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ।

ଝାରସୁଗୁଡାରେ ଦୀପାଲି ରହୁଥିଲେ ମଧ୍ୟ ସମ୍ବଲପୁର ମୋଦିପଡା ହେଉଛି ତାଙ୍କ ପୈତୃକ ଘର । ଅଇଁଠାପାଲିରେ ଥିବା ଆଇସିଆଇସିଆଇ ବ୍ୟାଙ୍କରେ ତାଙ୍କର ଆକାଉଣ୍ଟ ରହିଛି । ଯେଉଁ ଆକାଉଣ୍ଟ ରୁ ତାଙ୍କ ଟଙ୍କା ଗାଏବ ହୋଇଛି । ପୋଲିସ ଦୀପାଲି ଦାସଙ୍କ ଏତଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିିଛି ।