ବିପଦରେ ଜଗତସିଂହପୁର ଶିଆଳି ବେଳାଭୂମିର ଭ୍ୟୁ ଟାୱାର : ଲଗାଣ ବର୍ଷା ଯୋଗୁଁ କୂଳ ଖାଉଛି ସମୁଦ୍ର

221

କନକ ବ୍ୟୁରୋ : ବିପଦରେ ଜଗତସିଂହପୁର ଶିଆଳି ବେଳାଭୂମିରେ ଥିବା ଭ୍ୟୁ ଟାୱାର । ଲଘୁଚାପ ଜନିତ ଲଗାଣ ବର୍ଷା ଓ ଆଶାନ୍ତ ସମୁଦ୍ର କ୍ରମାଗତ ଭାବେ କୂଳ ଖାଇବାକୁ ଲାଗିଛି । ଫଳରେ ବେଳାଭୂମିରେ ଥିବା ଭ୍ୟୂ ଟାୱାର ଚଟାଣ ତଳୁ ବାଲି ଖସିବାରେ ଲାଗିଛି ।

୨୦୦୯ ମସିହାରେ ସମୁଦ୍ର କୂଳ ଲଙ୍ଘିବାରୁ ବାଲି ବସ୍ତା ପଥର ପକାଇ ଏକ ଅସ୍ଥାୟୀ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯାଇଥିଲା । କିନ୍ତୁ ସେ ସୁରକ୍ଷା ପ୍ରାଚୀରର ପ୍ରାୟ ୩୦ ପ୍ରତିଶତ ଅଂଶ ସମୁଦ୍ର ଗର୍ଭକୁ ଯାଇସାରିଲାଣି । ପର୍ଯ୍ୟଟକଙ୍କ ଆର୍କଷଣ ପାଲଟିଥିବା ଏହି ଭ୍ୟୁ ଟାୱାର ଅତିଶ୍ରୀଘ ସମୁଦ୍ର ଗର୍ଭକୁ ଚାଲି ଯିବାର ଆଶଙ୍କା ସୃଷ୍ଟି ହୋଇଛି ।