ଶବ ବିବାଦକୁ ନେଇ ଉମରକୋଟରେ ୧୪୪ ଧାରା : ଆଇନ ଶୃଙ୍ଖଳା ପରିସ୍ଥିତି ଏଡାଇବା ପାଇଁ ବ୍ୟାପକ ପୋଲିସ ମୁତୟନ

92

କନକ ବ୍ୟୁରୋ : ଶବ ବିବାଦକୁ ନେଇ ନବରଙ୍ଗପୁର ଉମରକୋଟ ସହରରେ ୧୪୪ ଧାରା । ଉମରକୋଟ ସହରର ଗୋପବନ୍ଧୁ ଛକ ନିକଟରେ ବିବାଦ ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଏଡାଇବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ସାରା ସହରରେ ୧୪୪ଧାରା ଜାରି କରାଯାଇଛି ।

ଶବ ପୋତିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଲାଠିମାଡ କରିଥିଲା ପୋଲିସ । ସହରରେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି ରହିଛି । ୨ଦିନ ତଳେ ଶବ ପୋତିବାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ଜାରି ହୋଇଥିଲା ।