ସୁପ୍ରିମକୋର୍ଟରେ ଆଜି ୨୨୮ଟି ମାମଲାର ହେବ ଶୁଣାଣି, ବସିବ ୧୫ଟି ଖଣ୍ଡପୀଠ

68

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଆଜି ୨୨୮ଟି ମାମଲାର ଶୁଣାଣି ହେବ । ଏଥିପାଇଁ ବସିବ ମୋଟ୍ ୧୫ଟି ଖଣ୍ଡପୀଠ । ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ୟୁ ୟୁ ଲଳିତ ଦାୟିତ୍ୱ ନେବା ପରେ ସମସ୍ତ ପିଆଇଏଲର ରଫାଦଫା ପାଇଁ ତତ୍ପରତା ଦେଖାଇଛନ୍ତି । ସିଏଏକୁ ଚ୍ୟାଲେଂଜ ସମେତ ବର୍ଷ ବର୍ଷ ଧରି ବିଚାରାଧୀନ ଥିବା ଅନେକ ପିଆଇଏଲର ଶୁଣାଣି କରାଯିବ ।

୨୨୮ ପିଆଇଏଲ୍ ଶୁଣାଣି
ବସିବ ୧୫ ଖଣ୍ଡପୀଠ

– ଶୁଣାଣି ହେବାକୁ ଥିବା ୨୨୮ଟି ମାମଲାରୁ ୨୦୫ଟି ପ୍ରଧାନ ବିଚାରପତିଙ୍କ କୋର୍ଟରେ ରହିଛି
– ୧୮୯ଟି ପିଆଇଏଲ୍ ସିଏଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିଲା
– ଗୋଟିଏ ଖଣ୍ଡପୀଠ ଦିନକରେ ୬୦ ମାମଲାର ଶୁଣାଣି କରିଥାନ୍ତି
– କିଛି ପିଟିସନକୁ ଏକତ୍ରିତ କରାଯାଇ ଗୋଟିଏ ମାମଲାରେ ପରିଣତ କରାଯାଏ
– ୨୭୦ ମିନିଟରେ ମାମଲାର ଶୁଣାଣି କରାଯାଇଥାଏ
– ପିଆଇଏଲର ସର୍ବାଧିକ ଅଂଶ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠକୁ ଯାଏ
– ସେପ୍ଟେମ୍ବର ୫ରେ ମୋଟ୍ ୭୬ଟି ପିଆଇଏଲ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା
– ଏହା ମଧ୍ୟରୁ ୩୨ଟି କେବଳ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ରହିଥିଲା
– ସେପ୍ଟେମ୍ବର ୫ରୁ ୯ ମଧ୍ୟରେ ୧୫୨ଟି ପିଆଇଏଲ୍ ତାଲିକାଭୁକ୍ତ ହୋଇଥିଲା