ରାଜ୍ୟ ଆଇପିଏସ ସ୍ତରରେ ଅଦଳବଦଳ: ବି. ରାଧିକାଙ୍କୁ ମିଳିଲା ନୂଆ ଦାୟିତ୍ୱ

910

କନକ ବ୍ୟୁରୋ: ରାଜ୍ୟ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ । ଆଇପିଏସ ବି. ରାଧିକାଙ୍କୁ ମିଳିଲା ନୂଆ ଦାୟିତ୍ୱ । କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ନୂଆ ଦାୟିତ୍ୱ ମିଳିଛି । ବି. ରାଧିକା ହେଲେ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ । ଏସଏଫଏସଆଇର ନିର୍ଦ୍ଦେଶ ଭାବେ ମଧ୍ୟ ମିଳିଲା ଅତିରିକ୍ତ ଦାୟିତ୍ୱ । ସେହିପରି ଆଇପିଏସ ଆଶିଷ ସିଂଙ୍କୁ ସିଇଓ ଓପିଏଚଡବ୍ଲୁସି ଭାବେ ଦାୟିତ୍ୱ ମିଳିଛି । ଏସ ସାଇନିଙ୍କୁ ସିଏଡବ୍ଲୁ ଆଣ୍ଡ ସିଡବ୍ଲୁର ଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।