ଗୋଟିଏ ମଞ୍ଚରେ ଦୁଇଟି ଦୁଇଟି ପୁଟିନ୍: ମସ୍କୋରେ ଆୟୋଜିତ ବାର୍ଷିକ ସମ୍ବାଦ ସମ୍ମିଳନୀରେ ପୁଟିନଙ୍କ ସହ ନଜର ଆସିଲା ଏଆଇ ଛବି

143

କନକ ବ୍ୟୁରୋ: ପୁଟିନଙ୍କ ଏଆଇ ଛବିକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଗୋଟିଏ ମଂଚରେ ନଜର ଆସିଲେ ରାଷ୍ଟ୍ରପତି ପୁଟିନ୍ ଓ ତାଙ୍କ ଏଆଇ ଛବି । ନିଜ ଏଆଇ ପ୍ରତିଛବିକୁ ଦେଖି ଚମକି ପଡିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଗୁରୁବାର ମସ୍କୋରେ ଏକ ବାର୍ଷିକ ସମ୍ବାଦ ସମ୍ମିଳନୀରେ କୁତ୍ରିମ ବୁଦ୍ଧିମତାଙ୍କୁ ନେଇ ରାଷ୍ଟ୍ରପତି ପୁଟିନ୍ଙ୍କୁ ପ୍ରଶ୍ନ କରାଯାଇଥିଲା । ତେବେ ପ୍ରଶ୍ନ ପଚାରିଥିବା ବ୍ୟକ୍ତି ଆଉ କେହି ନୁହେଁ ବରଂ ତାଙ୍କର ଏଆଇ ଭର୍ସନ୍ ବୋଲି ଦେଖିବା ପରେ ତାଜୁବ୍ ହୋଇ ଯାଇଥିଲେ ପୁଟିନ୍ । ଏଆଇ ପୁଟିନ କହିଥିଲେ, ହ୍ୟାଲୋ ମିଷ୍ଟର ପୁଟିନ । ମୁଁ ଜଣେ ଛାତ୍ର ଓ ପିଟର୍ସବର୍ଗ ବିଶ୍ୱବିଦ୍ୟାଳୟର ଛାତ୍ର ଅଟେ । ଆଟିଫିସିଆଲ ଇଂଟେଲିଜେନ୍ସ ସମ୍ବନ୍ଧିତ ବିପଦକୁ ନେଇ ଆପଣଙ୍କ ମତାମତ କ’ଣ? ଜବାବରେ ରାଷ୍ଟ୍ରପତି ପୁଟିନ କହିଥିଲେ…. ଏଆଇକୁ ଡରିବା କୌଣସି ଆବଶ୍ୟକତା ନାହିଁ । ଆଗକୁ ସତର୍କତା ସହ ଏଆଇ ବ୍ୟବହାର କରିବା ଉଚିତ । ଏଆଇର ଭବିଷ୍ୟତ କ”ଣ କେହି ଜାଣନ୍ତି ନାହିଁ । ଆପଣ ମୋ ପରି କଥା ହୋଇପାରିବେ, ମୋ ସ୍ୱର ବ୍ୟବହାର କରିପାରିବେ, ମୋତେ ନକଲ କରିପାରିବେ । କିନ୍ତୁ ଜଣେ ମାତ୍ର ବ୍ୟକ୍ତି ଯିଏ କେବଳ ମୋ ପରି କଥା ହୋଇପାରିବ, ମୋ ନକଲ କରିପାରିବ ଆଉ ସେ ମୁଁ ନିଜେ ।