ଆଗକୁ ବଢିବ ଭାରତ-ପାକିସ୍ତାନ ଉତ୍ତେଜନା । ଆମେରିକା ଗୁଇନ୍ଦା ରିପୋର୍ଟ ବଢାଇଲା ଚର୍ଚ୍ଚା ।

116

କନକ ବ୍ୟୁରୋ: କେବଳ ଭାରତ-ଚୀନ୍ ସମ୍ପର୍କ ନୁହେଁ ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ମଧ୍ୟ ବଡ଼ ଆଶଙ୍କା କରିଛି ଆମେରିକା ଗୁଇନ୍ଦା ରିପୋର୍ଟ । ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହେବ ବୋଲି ରିପୋର୍ଟରେ କୁହାଯାଇଛି । ଏପରି ସ୍ଥିତିରେ ଯଦି ପାକିସ୍ତାନ ଭାରତରେ କୌଣସି ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର କରେ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବେ ।

ବଢ଼ିପାରେ ଭାରତ-ପାକିସ୍ତାନ ଉତ୍ତେଜନା!

  • ଭାରତ-ପାକିସ୍ତାନ ସମ୍ପର୍କକୁ ଆମେରିକା ଗୁଇନ୍ଦା ରିପୋର୍ଟରେ ବଡ଼ ଦାବି
  • ଭାରତ-ପାକିସ୍ତାନ ସମ୍ପର୍କରେ ଆହୁରି ତିକ୍ତତା ଆସିପାରେ
  • ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ତିକ୍ତତା ବଡ଼ ଚିନ୍ତାର କାରଣ
  • ଭାରତରେ ପାକ୍ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର କଲେ ପରିଣାମ ଖରାପ ହୋଇପାରେ
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବେ
  • ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ପାଇଁ ଦୁଇପକ୍ଷ ରାଜି ଅଛନ୍ତି
  • ଉଭୟ ଦେଶ ସମ୍ପର୍କକୁ ସୁଦୃଢ଼ କରିବାକୁ ଆଗ୍ରହୀ
  • ହେଲେ ଆତଙ୍କବାଦୀ ସଂଗଠନକୁ ସମର୍ଥନ କରିବାରେ ପାକିସ୍ତାନର ଇତିହାସ ବହୁତ ପୁରୁଣା
  • ଏପରି ସ୍ଥିତିରେ ପାକିସ୍ତାନ ଭାରତକୁ ଉସୁକାଇବା ଚେଷ୍ଟା କଲେ ଏହାର ଜବାବ ଦେବ ଭାରତ
  • ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଅଧିକ ସାମରିକ ବଳ ପ୍ରୟୋଗ କରିପାରେ
  • ପାକିସ୍ତାନରେ ଭାରତ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରିପାରେ ବୋଲି ଆମେରିକା ଗୁଇନ୍ଦା ସଂସ୍ଥାର ରିପୋର୍ଟରେ ଉଲ୍ଲେଖ