ପଡିଆ ଭିତରକୁ ତରଭୁଜ ଧରି ଗଲେ ସିରାଜ, ସବୁ ଖାଇ ଶେଷ କରିଦେଲେ ଟିମ୍ ଇଣ୍ଡିଆର କ୍ରିକେଟର ।

185

କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି । ଅଷ୍ଟ୍ରେଲିଆ ୪୮୦ ଅଲଆଉଟ ହେବା ପରେ ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା କୌଣସି ୱିକେଟ ନ ହରାଇ ୩୬ ରନ୍ ସଂଗ୍ରହ କରିଛି । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଭାରତରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହି ଟାଣ ଖରାରେ ଟେଷ୍ଟ କ୍ରିକେଟ ଖେଳିବା ସବୁଠୁ ବଡ ଚ୍ୟାଲେଞ୍ଜ । ଆଉ ଏଭଳି ପରିବେଶରେ ଖେଳାଳି କିଭଳି ସମ୍ପୂର୍ଣ୍ଣ ସୁସ୍ଥ ରହିବେ ତାହା ଉପରେ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ଅଧିକ ଧ୍ୟାନ ଦିଆଯାଇଥାଏ । ଯାହାର ଝଲକ ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ୧୦୭ ତମ ଓଭରରେ ଦେଖିବାକୁ ମିଳିଥିଲା ।

କ୍ରିକେଟ ଖେଳ ମଝିରେ ଡ୍ରିଙ୍କସ ହୋଇଥାଏ । ଖେଳାଳୀ ମାନେ ଟିକିଏ ଥକ୍କା ଅନୁଭବ କଲେ ଡ୍ରିଙ୍କସ ପଠାଯାଇଥାଏ । ସେହିଭଳି ଦ୍ୱିତୀୟ ଦିନରେ ୧୭ ଓଭର ଖେଳ ହେବା ପରେ ପଡିଆ ମଝିକୁ ଆସିଥିଲେ ସିରାଜ । କିନ୍ତୁ ସିରାଜଙ୍କ ହାତରେ କୌଣସି ପାଣିବୋତଲ ନଥିଲା ବରଂ ହାତରେ ଲାଲ ଟହଟହ ତରଭୁଜ ଧରି ପଡିଆକୁ ଆସିଥିଲେ ସିରାଜ । ସିରାଜଙ୍କ ହାତରେ ତରଭୁଜ ଦେଖି ଖେଳାଳୀ ମଧ୍ୟ ବେଶ ଉତ୍ସାହିତ ହୋଇପଡିଥିଲେ । ସିରାଜ ଧରି ଆସିଥିବା ସବୁ ତରଭୁଜ ଖାଇ ଶେଷ କରିଥିଲେ ଭାରତୀୟ ଖେଳାଳୀ । ଯାହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଖରାଦିନେ ତରଭୁଜ ଖାଇଲେ ଶରୀରର ଜଳୀୟ ଅଂଶକୁ ବୃଦ୍ଧି କରିଥାଏ । ଆଉ ଏଭଳି ପ୍ରାକୃତିକ ଖାଦ୍ୟକୁ କିଏ ବା ନ ଖାଇବ ।