୨୦୨୪ ନିର୍ବାଚନ ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : କହିଲେ, ଅଣ ବିଜେପି ଦଳ କେନ୍ଦ୍ରରେ ସରକାର କଲେ ଲାଭବାନ୍ ହେବେ ଦେଶବାସୀ

221

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବଡ ଘୋଷଣା । କ୍ଷମତାକୁ ଆସିଲେ ଦେଶର ପ୍ରତ୍ୟେକ ପଛୁଆ ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ମିଳିବ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଗତକାଲି ନୀତିଶ କୁମାର ଏହି ପ୍ରତିଶ୍ରୁତି ଦେଇଛନ୍ତି ।

ଆଗାମୀ ଲୋକସଭା ନିର୍ବାଚନରେ ଯଦି ଅଣ ବିଜେପି ଦଳ କେନ୍ଦ୍ରରେ ସରକାର ଗଠନ କରେ ତେବେ ଦେଶର ସମସ୍ତ ପଛୁଆ ରାଜ୍ୟକୁ ଏହି ସୁବିଧା ମିଳିବ । ୨୦୦୭ ରୁ ବିହାରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା ପାଇଁ ନୀତିଶ ଦାବି କରି ଆସୁଛନ୍ତି । ଦେଶରେ ଏବେ ୧୧ ଟି ସ୍ୱତନ୍ତ୍ର ଶ୍ରେଣୀର ରାଜ୍ୟ ରହିଛି । ଅନ୍ୟପଟେ ନିକଟରେ ବିହାରରେ ବିଜେପି ହାତ ଛାଡି ଆରଜେଡି ହାତ ଧରି ସରକାର ଗଢିଥିଲେ ନୀତିଶ । ଆଗକୁ ପ୍ରଧାନମନ୍ତ୍ରୀ ହେବାକୁ ନୀତିଶ ମନ ବଳାଇଛନ୍ତି ।