ମମତା ବାନାର୍ଜୀଙ୍କ ମିଶନ୍ ଗୋଆ : ପଶ୍ଚିମବଙ୍ଗରେ ପରେ ଗୋଆରେ ସରକାର ଗଢିବା ପାଇଁ ଅଂଟା ବିଢିଛନ୍ତି ଦିଦି

ନିର୍ବାଚନୀ ସଭାରେ ଯୋଗ ଦେଇ କହିଲେ, ସବୁ ଧର୍ମ ଏକ; ଟିଏମସିର ପ୍ରକୃତ ଅର୍ଥ ଟେମ୍ପଲ, ମସ୍କ, ଚର୍ଚ୍ଚ

159

କନକ ବ୍ୟୁରୋ : ଗଡ ସଜାଡୁଛି କଂଗ୍ରେସ । ଟାର୍ଗେଟ ୨୦୨୪ ଲୋକସଭା ନିର୍ବାଚନ । ଜୟପୁରରେ ବିଶାଳ ସମାବେଶ ସହିତ ଏହାର ମୂଳଦୁଆ ପକାଇ ଦେଲାଣି କଂଗ୍ରେସ । ଦେଶରେ ୨୦୧୪ରେ ଯେତେବେଳେ କେନ୍ଦ୍ରରେ ଏନଡିଏ ସରକାର ଆସିଲା ତା ପରଠାରୁ କଂଗ୍ରେସର ପତନ ଆରମ୍ଭ ହୋଇଯାଇଛି । ୟୁପିଏ ମେଂଟରେ କେନ୍ଦ୍ରରେ ସରକାର ଗଠନ କରିଥିବା କଂଗ୍ରେସ ଆଜି ଦେଶରେ ସତା ଖୋଜୁଛି ।

ରାଜସ୍ଥାନ, ଛତିଶଗଡ, ପଂଜାବ ପରି ରାଜ୍ୟରେ କଂଗ୍ରେସ ହାତରେ କ୍ଷମତା ରହିଛି, କିନ୍ତୁ କଥା ଯେତେବେଳେ କେନ୍ଦ୍ରରେ ସରକାର ପାଇଁ ଆସୁଛି , ଦଳର ଚିତ୍ର ସ୍ପଷ୍ଟ ରହୁନି । ଏମିତି ଅବସ୍ଥାରେ କଂଗ୍ରେସର ନେତୃତ୍ୱ କାହା ହାତରେ ରହିବ, ଆଉ ଦଳକୁ କିଏ ୨୦୨୪ ଭୋଟ୍ ପାଇଁ ମାର୍ଗଦର୍ଶନ କରିବ, ଦଳର ପୁରୁଖା ନେତାଏ ଚିନ୍ତାରେ ଅଛନ୍ତି । ଏପରିକି କଂଗ୍ରେସର ଜି ୨୩ କୁହାଯାଉଥିବା ବରିଷ୍ଠ ନେତା ମଧ୍ୟ ଆଗରୁ କଂଗ୍ରେସ କେନ୍ଦ୍ର କ୍ଷମତାକୁ ନେଇ ପ୍ରଶ୍ନ ଉଠାଇ ସାରିଛନ୍ତି ।

କାହା ନେତୃତ୍ୱରେ କଂଗ୍ରେସ ବଢିବ ଆଗକୁ? ୨୦୨୪ରେ କିଏ ରୋକିବ ମୋଦୀଙ୍କୁ? କଂଗ୍ରେସ ମୁକ୍ତ ବିରୋଧୀ ପାଇଁ ମମତାଙ୍କ ରଣନୀତି । ଏଥିପାଇଁ ବିରୋଧୀ ଏବେ ଠାରୁ ମୋର୍ଚା ଖୋଲିବା ଆରମ୍ଭ କଲେଣି । ଏସବୁ ଭିତରେ ପଶ୍ଚିମବଙ୍ଗରେ ବିଜେପିକୁ ଚେକ୍ ଦେଇଥିବା ମମତା ବାନାର୍ଜୀ, ଡିସେମ୍ୱର ପ୍ରଥମ ସପ୍ତାହରେ ଦିଲ୍ଲୀ ଗସ୍ତ କରି ଶରଦ ପାୱାରଙ୍କୁ ଭେଟି ଏକ କଂଗ୍ରେସ ମୁକ୍ତ ବିରୋଧୀ ମୋର୍ଚାର ମୂଳଦୁଆ ପକାଇଥିବା ଚର୍ଚା ଆସିଥିଲା । ମମତା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି , ଯେଉଁ ଦଳ କୌଣସି ସଫଳତା ପାଉନି ତାକୁ ସାଥିରେ ନେଇ କଣ କରାଯିବ । କଂଗ୍ରେସକୁ ବାଦ୍ ଦେଇ ଏକ ବିକଳ୍ପ ବିରୋଧୀ ମୋର୍ଚା ଜରିଆରେ ୨୦୨୪ରେ ମୋଦୀଙ୍କୁ ଘେରିବାକୁ ମମତା ରୋଡମ୍ୟାପ୍ ତିଆରି କରିଛନ୍ତି । ଏମିତି ଅବସ୍ଥାରେ କେବଳ ବିଜେପି ନୁହଁ ମମତା ବି ହେବେ କଂଗ୍ରେସ ପାଇଁ ବଡ ଚ୍ୟାଲେଂଜ ।

୨୦୨୪ରେ ଦେଶ ଦେଖିବ ଲୋକସଭା ଭୋଟ୍ । ଦିନେ ମମତା ୟୁପିଏ ମେଂଟରେ ରହି କେନ୍ଦ୍ରରେ ମନ୍ତ୍ରୀ ପଦ ପାଇଥିଲେ । ଟିଏମସିର ୬ ଜଣଙ୍କୁ ସେତେବେଳେ କେନ୍ଦ୍ରରେ ମିଳିଥିଲା ମନ୍ତ୍ରୀ ପଦ । କିନ୍ତୁ କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ଦୁର୍ବଳ ଦିଶୁଥିବା କଂଗ୍ରେସ ସହିତ ଆଗକୁ ବଢିବାକୁ ଚାହୁଁନାହାନ୍ତି ଦିଦି । ୨୦୧୪ରେ ଭୋଟ୍ ପ୍ରଚାର ସମୟରୁ ବିଜେପି ଏହି କଂଗ୍ରେସ ମୁକ୍ତ ଭାରତ ନାରା ଦେଇ ଆସୁଛି । ଆଜି ଦିଦି କଂଗ୍ରେସ ମୁକ୍ତ ଭାରତ ପାଇଁ ବାଟ ତିଆରି କରିଦେଲେଣି । ଏଥିପାଇଁ ଦିଦି ମହାରାଷ୍ଟ୍ରରେ ଶିବସେନା ଓ କଂଗ୍ରେସ ସହିତ ମେଂଟରେ ଥିବା ଏନସିପି ନେତା ଶରଦ ପାୱାରଙ୍କୁ ସାମ୍ନାକୁ ଆଣିଛନ୍ତି ।

ଡିସେମ୍ୱର ପ୍ରଥମ ସପ୍ତାହରେ ମମତା ଉଠାଇଥିଲେ କଂଗ୍ରେସର ସତାକୁ ନେଇ ପ୍ରଶ୍ନ । ଏହାର ନେତୃତ୍ୱକୁ ନେଇ ପ୍ରଶ୍ନ । ଡିସେମ୍ୱର ଦ୍ୱିତୀୟ ସପ୍ତାହରେ ଜୟପୁରରେ କଂଗ୍ରେସ ଆୟୋଜନ କରିଛି ବିଶାଳ ରାଲି । ହଜାର ହଜାର ଜନତାଙ୍କ ସମାବେଶରେ ସାମିଲ ହୋଇଛନ୍ତି ସୋନିଆ, ରାହୁଲ, ପ୍ରିୟଙ୍କା । ଏହା ଗୋଟିଏ ବାର୍ତା ଦେବାକୁ ଉଦ୍ୟମ, କଂଗ୍ରେସ ଏବେ ବି ସାଂଗଠନିକ ଭାବରେ ଶକ୍ତିଶାଳୀ ରହିଛି । ଦେଶରେ ମୋଦୀ ସରକାରକୁ ଘେରିବାକୁ କଂଗ୍ରେସ ବଳ ଗୋଟାଇବା ଭଲ ଭାବରେ ଜାଣିଛି ।