ବିଜେପିକୁ ଟାର୍ଗେଟ କଲେ ଅଖିଳେଶ ଯାଦବ : କହିଲେ, ଉତରପ୍ରଦେଶ ପାଇଁ ପ୍ରକଳ୍ପ ଆରମ୍ଭ କରେ ସମାଜବାଦୀ ପାର୍ଟି, ହେଲେ ଶ୍ରେୟ ନେଉଛି ବିଜେପି 

 ୟୁପିବାସୀ ସବୁ ଜାଣନ୍ତି; ଆସନ୍ତା ନିର୍ବାଚନରେ ଭୋଟର ଦେଖାଇବେ ବିଜେପିକୁ ଅସଲ ଚେହେରା 

88

କନକ ବ୍ୟୁରୋ : ଗୋଟିଏ ପଟେ ଉତରପ୍ରଦେଶରେ ପ୍ରକଳ୍ପ ଉପରେ ପ୍ରକଳ୍ପ ଉଦଘାଟନ କରୁଛନ୍ତି ପ୍ରଧାନମନ୍ତ୍ରୀ । ଆଉ ସେପଟେ ବିଜେପି ସରକାରଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରିଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ବାରାଣାସୀରେ ପହଁଚି ସମାଜବାଦୀ ପାର୍ଟି ସରକାରରେ ଥିବାବେଳେ ରାଜ୍ୟ ପାଇଁ କଣ ସବୁ ଉନ୍ନତିମୂଳକ କାମ କରିଛି ତାହାର ଚିଠା ଦେଖାଇଛନ୍ତି ଅଖିଳେଶ ଯାଦବ । ଏହାସହ ସେ କହିଛନ୍ତି ଆସନ୍ତା ନିର୍ବାଚନରେ ରାଜ୍ୟବାସୀ ଭୋଟ୍ ଜରିଆରେ ଦେଖାଇଦେବେ ଯେ ସେମାନେ ଆଉ ବିଜେପି ସରକାର ଚାହୁଁ ନାହାଁନ୍ତି ।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଦାବି କରିଛନ୍ତି ଯେ, ତାଙ୍କ ସରକାର ସମୟରେ ଏହି କାଶୀ ବିଶ୍ବନାଥ କରିଡର ପ୍ରକଳ୍ପକୁ ସ୍ବୀକୃତି ମିଳିଥିଲା । ତାଙ୍କ ପାଖରେ ଏହାର ଦସ୍ତାବିଜ୍‌ର ପ୍ରମାଣ ମଧ୍ୟ ଅଛି ବୋଲି ସେ କହିଛନ୍ତି । ଏଥିସହିତ ଅଖିଳେଶ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଉତ୍ତରପ୍ରଦେଶର ଏଟାରେ ଏକ ବ‌ୈଠକରେ ଯୋଗ ଦେଇ ଅଖିଳେଶ କହିଛନ୍ତି, ‘ ପ୍ରଧାନମନ୍ତ୍ରୀ ବାରଣାସୀରେ ରହିବା ଖୁବ୍‌ ଭଲ କଥା ’। ଅଖିଳେଶ କହିଛନ୍ତି. ବନାରସରେ ଯିଏ ଯେତେ ଅଧିକ ଦିନ ଧରି ରହିଲେ ବି ଜଣଙ୍କର ଶେଷ ଦିନରେ ବନାରସରେ ରହିବା ଭଲ । ହିନ୍ଦୁ ସଂସ୍କୃତିରେ ସହରର ଗୁରୁତ୍ବକୁ ଇଙ୍ଗିତ କରି ଅଖିଳେଶ ଏହା କହିଛନ୍ତି। ବିଜେପି ସମସ୍ତଙ୍କ ପାଖରେ ମିଛ କହିଛି । କିନ୍ତୁ ଏହା ଭଗବାନଙ୍କ ପାଖରେ ମିଛ କହିବା ଉଚିତ୍‌ ନୁହେଁ ବୋଲି ଅଖିଳେଶ କହିଛନ୍ତି ।