ହିମାଚଳ ପ୍ରଦେଶ ଭୂସ୍ଖଳନ ଘଟଣା । ଜଣେ ମୃତ, ୯ ଜଣଙ୍କୁ ଉଦ୍ଧାର । ଏବେ ନିଖୋଜ ଅଛନ୍ତି ୨୫ ଜଣ

224

କନକ ବ୍ୟୁରୋ: ହିମାଚଳ ପ୍ରଦେଶ କନୌର ଜିଲ୍ଲାରେ ଆଜି ବଡ ଧରଣର ଭୂସ୍ଖଳନ ଘଟିଛି । ଏହି ଘଟଣାରେ ଏବେ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । ସେହିପରି ଏବେ ସୁଦ୍ଧା ୨୫ ଜଣ ନିଖୋଜ ଅଛନ୍ତି । ଘଟଣା ସ୍ଥଳରେ ଯବାନମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

କନୌରରେ ହଠାତ ମାଟି ଅତଡା ଖସିବା ଫଳରେ ଗୋଟିଏ ଏଚଆରଟିସି ବସ୍ ସମେତ ଆଉକିଛି ଗାଡି ମାଟି ତଳେ ଚାପି ହୋଇଯାଇଛି । ସୂଚନା ପାଇ ପ୍ରଶାସନ ଓ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଂଚିଛନ୍ତି । ଏଚଆରଟିସି ବସ୍ ଓ ଅନ୍ୟ ଗାଡିରେ କେତେ ଲୋକଥିଲେ ତାହା ସ୍ପଷ୍ଟ ହୋଇନାହିଁ । କେବଳ ଏଚଆରଟିସି ବସର ଡ୍ରାଇଭରଙ୍କ ସୂଚନା ମୁତାବକ ବସରେ ୩୫-୪୦ ଜଣ ଯାତ୍ରୀ ଥିଲେ ।