ଆଉପାଦେ ଆଗକୁ ବଢିଲା ଦିଲ୍ଲୀର ସରକାରୀ ଶିକ୍ଷା ବ୍ୟବସ୍ଥା । ସରକାରୀ ସ୍କୁଲରେ ମିଳିବ ଅନ୍ତର୍ଜାତୀୟ ସ୍ତରର ଶିକ୍ଷା, ଅନ୍ତର୍ଜାତୀୟ ଶିକ୍ଷା ବୋର୍ଡ ସହ ଚୁକ୍ତି ସ୍ୱାକ୍ଷର

233

କନକ ବ୍ୟୁରୋ : ଦିଲ୍ଲୀ ଶିକ୍ଷା ବୋର୍ଡ ଓ ଅନ୍ତର୍ଜାତୀୟ ଶିକ୍ଷା ବୋର୍ଡ ମଧ୍ୟରେ ଗୁରୁବାର ଦିନ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଏହି ଚୁକ୍ତି ମୁତାବକ ଏବେ ବିଦେଶର ଶିକ୍ଷା ବିଶେଷଜ୍ଞମାନେ ଦିଲ୍ଲୀର ସରକାରୀ ସ୍କୁଲର ଶିକ୍ଷକ ମାନଙ୍କୁ ଟ୍ରେନିଂ ଦେବାକୁ ଦିଲ୍ଲୀ ଆସିବେ । ଏହାଦ୍ୱାରା ଦିଲ୍ଲୀ ସରକାରୀ ସ୍କୁଲରେ ପଢୁଥିବା ପିଲାମାନେ ଅର୍ନ୍ତରାଷ୍ଟ୍ରୀୟ ସ୍ତରର ଶିକ୍ଷା ପାଇପାରିବେ । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ଏହା ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର । ଏବେ ଆମ ପିଲାମାନଙ୍କୁ ଅର୍ନ୍ତଜାତୀୟ ସ୍ତରର ଶିକ୍ଷା ମିଳିବ ବୋଲି ସେ କହିଛନ୍ତି । କେଜ୍ରିୱାଲ ଆହୁରି କହିଛନ୍ତି କି, ଏକ ଅନ୍ତରାଷ୍ଟ୍ରୀୟ ସ୍ତରର ଶିକ୍ଷା ବୋର୍ଡ ରହିଛି । ଯେଉଁମାନେ ଅର୍ନ୍ତରାଷ୍ଟ୍ରୀୟ ସ୍ତରର ଶିକ୍ଷାଦାନ କରିଥାନ୍ତି । ଏହି ଶିକ୍ଷାବୋର୍ଡ ଏବେ ସାରା ବିଶ୍ୱର ୫ ହଜାର ସ୍କୁଲ ସହ ଚୁକ୍ତି କରିଛି ।

ଏହାର ବିଶ୍ଳେଷଣ କରି କେଜ୍ରିୱାଲ କହିଛନ୍ତି କି “ଆମ ପାଖରେ ୨ ପ୍ରକାର ଶିକ୍ଷା ପ୍ରଣାଳୀ ରହିଛି, ଗୋଟିଏ ଆମଭଳି ଲୋକଙ୍କ ପିଲାମାନଙ୍କ ପାଇଁ ତ ଅନ୍ୟଟି ଗରିବ ଶ୍ରେଣୀର ପିଲାମାନଙ୍କ ପାଇଁ, ଯାହା ପାଖରେ ଟଙ୍କା ଅଛି ସେମାନଙ୍କ ପିଲା ଘରୋଇ ସ୍କୁଲ ତ ଯାହା ପାଖରେ ଟଙ୍କା ନାହିଁ ସେମାନଙ୍କ ପିଲା ସରକାରୀ ସ୍କୁଲକୁ ପଢିବାକୁ ଯାଉଛନ୍ତି, ଆଜିର ଏହି ଚୁକ୍ତି ପରେ ଦିଲ୍ଲୀର ଗରୀବ ପିଲାଙ୍କୁ ସରକାରୀ ସ୍କୁଲରେ ବି ଅର୍ନ୍ତରାଷ୍ଟ୍ରୀୟ ସ୍ତରର ଶିକ୍ଷା ମିଳିବ ”

ଆଜିର ଚୁକ୍ତି ଉପରେ କେଜ୍ରିୱାଲ କହିଛନ୍ତି କି ଏବେ ବିଦେଶରୁ ବିଶେଷଜ୍ଞମାନେ ଆସି ଦିଲ୍ଲୀ ସ୍କୁଲର ଶିକ୍ଷକ ମାନଙ୍କୁ ଟ୍ରେନିଂ ଦେବେ । ପିଲାର ଅଭିବୃଦ୍ଧି କିଭଳି ହେବ ତାହା ଇଣ୍ଟରନ୍ୟାସନାଲ ବୋର୍ଡ ସ୍ଥିର କରିବ । ଏହାସହ ଏକ୍ସପର୍ଟ ମାନେ ସ୍କୁଲରେ କ’ଣ କ’ଣ ଅଭାବ ରହିଛି ସେନେଇ ଦିଲ୍ଲୀ ସରକାରଙ୍କୁ ସୂଚନା ଦେବେ ।