ଅଦିନିଆ କୁଆପଥର ବର୍ଷା ଉଜୁଡ଼ିଲା ଚାଷୀଙ୍କ ସୁନା ଫସଲ : ଏକର ଏକର ଧାନ, ମକା ଓ ପନିପରିବା ଫସଲ ନଷ୍ଟ, ଭାଙ୍ଗିଲା ଚାଳ ଛପର ଘର

135

କନକ ବ୍ୟୁରୋ :ଅଦିନିଆ କୂଆ ପଥର ବର୍ଷାରେ ଉଜୁଡ଼ିଲା ଚାଷୀଙ୍କ ସୁନା ଫସଲ । ବର୍ଷା ଯୋଗୁଁ ନବରଙ୍ଗପୁରରେ ଚାଷୀଙ୍କ ଧାନ ଓ ମକା ଫସଲ ବ୍ୟପକ ନଷ୍ଟ ହୋଇଛି । ଏକର ଏକର ଧାନ, ମକା ଓ ପନିପରିବା ଫସଲ ନଷ୍ଟ ହୋଇଛି । କୁଆପେଥର ବର୍ଷା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇଦେଇଛି । ବର୍ଷାର ମାତ୍ରା ଏତେ ଭୟଙ୍କର ଥିଲା ଲୋକଙ୍କ ଚାଷ ଛପର ଘର ମଧ୍ୟ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏପରିକି ରାସ୍ତା ଉପରେ ୨ରୁ ୩ ଇଂଚିର କୁଆପଥର ଗଦା ହୋଇପଡ଼ିଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲାରେ ଏମିତି କୁଆପଥର ବର୍ଷା କେବେ ଦେଖି୍ନଥିବା କହିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ମଣ୍ଡ଼ି ମାନଙ୍କର ପଡ଼ି ରହିଥିବା ଧାନ କୁଆପଥର ମାଡ଼ ନଷ୍ଟ ହେବାକୁ ବସିଲାଣି ।